ମଜାହିଁ ଅଲଗା
ମଜାହିଁ ଅଲଗା
ମଜାହିଁ ଅଲଗା
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ବାଲିଯାତ୍ରାର ଭିଡ଼ରେ ଠୁଙ୍କାପୁରି ଖାଇବାର,
ସାବିତ୍ରୀ ଓଷାରେ ନୂଆ ଶାଢ଼ୀ ପିନ୍ଧିବାର,
ଗାଧୋଇଲା ବେଳେ ମଧୁର ସଂଗୀତ ଗାଇବାର,
ରାତିସାରା ବସି ନୂଆ ପ୍ରେମିକାକୁ ମେସେଜ୍ ଦେବାର,
ମଜାହିଁ ଅଲଗା ।
ପୂଜା ଭିଡ଼ ଭିତରେ ଠିଆ ହୋଇ ମେଲୋଡ଼ି ଦେଖିବାର,
ନୂଆବର୍ଷରେ ପିକ୍ନିକ୍ କରିବାର,
ସୁନ୍ଦରୀ ଝିଅଙ୍କୁ ଧରମ ଭଉଣୀ ବନେଇବାର,
କଲ୍ଭର୍ଟରେ ବସି ସ୍କୁଟି ମହିଳାଙ୍କୁ ଅନେଇବାର,
ମଜାହିଁ ଅଲଗା ।
କଲେଜରେ ନୂଆ ଷ୍ଟୁଡେଣ୍ଟଙ୍କୁ ରାଗିଂ କରିବାର,,
ବସ୍ ଭିତରେ ମହିଳାଙ୍କୁ କହୁଣି ମାରିବାର
ବାଇକ୍ ରେ ବସିଥିବା ମହିଳା ପିଠିରେ ହାତ ପକେଇ ବସିବାର,
ପିଲାଙ୍କୁ ମେଳେଇ ପୂଜା ଚାନ୍ଦା ମାଗିବାର,
ମଜାହିଁ ଅଲଗା ।
ରବିବାର ଦିନ ଦଶଟା ପର୍ଯ୍ୟନ୍ତ ଶୋଇବାର,
ଶୀତଦିନେ ଗାର୍ଲଫ୍ରେଣ୍ଡ ଧରି ଆଇସ୍କ୍ରିମ୍ ଖାଇବାର,
ହାଟ ପାଳିରେ ଗଞ୍ଜା ଲଢ଼େଇ ଦେଖିବାର,
ବ୍ୟାଙ୍କରେ ଅନ୍ୟର କଲମ ମାଗି ଲେଖିବାର,
ମଜାହିଁ ଅଲଗା ।
କାର୍ ଆଗରେ ବରଯାତ୍ରୀ ହୋଇ ଉଦଣ୍ଡ ନାଚିବାର,
ରାତିରେ ନିଦ ନ ଆସିଲେ ପତ୍ନୀକୁ ଜଗାଇବାର,
ଶଶୁରଘରେ ଶଳାଭାଉଜ ସାଙ୍ଗରେ ଗପିବାର,
କଲେଜରେ ଝିଅଙ୍କ ସାଙ୍ଗରେ ଫ୍ରେଣ୍ଡସିପ୍ କରିବାର,
ମଜାହିଁ ଅଲଗା ।
ପେଟ୍ରୋଲ୍ ପମ୍ପରେ ଚିରା ଫଟା ନୋଟ୍ ଦେବାର,
ବାଇକ୍ ଚଳେଇଲା ବେଳେ କଥା ହେବାର,
ଅନ୍ୟର କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବାର,
ଖରାଦିନେ ବାଇକ୍ ପମ୍ପଚର୍ ହୋଇଯିବାର,
ମଜାହିଁ ଅଲଗା ।
ଟ୍ରେନ୍ ଭିତରେ ଛିଡ଼ା ହୋଇ ତାସ୍ ଖେଳିବାର,
ପନିପରିବା କିଣିସାରି ମାଗଣାରେ ଲଙ୍କା ମାଗିବାର,
ମଦ ନିଶାରେ ମାତାଲ୍ ହୋଇ ନିଶାନିବାରଣ ବାନା ଉଡ଼ାଇବାର,
ବିଚ୍ ରାସ୍ତାରେ କୁକୁର ପ୍ରେମ ଦେଖିବାର,
ମଜାହିଁ ଅଲଗା ।
ହଁ ଭାଇ ... ଏକଦମ୍ ସତ୍ୟ ...
ଯେପର୍ଯ୍ୟନ୍ତ ନପାଇଛ ଦଗା,
ଯେପର୍ଯ୍ୟନ୍ତ ନବାଜିଛି ପୁଲିସ୍ ର ଠେଙ୍ଗା,
ଏସବୁର ମଜାହିଁ ଅଲଗା ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****