Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Romance

5.0  

Kamal Kumar Dash

Romance

ସୃତି କେବେ ଫେରେ

ସୃତି କେବେ ଫେରେ

1 min
400


ସୃତି କେବେ ଫେରେ  ବରଷା ରାତିରେ 

       ଭାଙ୍ଗି ସବୁ ନୀରବତା 

ସୃତି କେବେ ଫେରେ  ଜହ୍ନର ଉପରେ 

      ହସି କହିଯାଏ କଥା

 ସୃତି କେବେ ଫେରେ  ନୀଳ ଲଫାପାରେ 

      ପ୍ରୀତିର ଫରୁଆ ନେଇ 

କେବେ ଖସି ପଡେ     ଡ଼ାଇରୀ ଭିତରୁ 

      ଶୁଖିଲା ଗୋଲାପ ହୋଇ

କେବେସେ ପଚାରେ   ଆଇନା ଉପରୁ 

      ହୋଇ ପୁରୁଣା ଟିକିଲି 

କେବେ କହିଯାଏ    କପତି ସ୍ୱରରେ 

      ହୃଦୟ କୁ ଯାଏ ଖୋଲି

କେବେ ଜଳି ଯାଏ   ବଣର ନିଅଁI ରେ

     କୋ ହରେ ଛାତି ଫଟାଇ 

 କେବେ ଫେରି ଆସେ  ବସନ୍ତ ସୁବାସେ 

     ଶୀତଳ ପରଶ ନେଇ

କେବେ ସେ ମନ୍ଦିରେ  ଦୀପ ହୋଇ ଜଳେ 

     ଘଣ୍ଟି ହୋଇ ବାଜୁଥାଏ 

ନଦୀର କୂଳରେ    ବର ଓହଳରେ 

    ହସି ଦୋଳିଖେଳୁ ଥାଏ

      


Rate this content
Log in