Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4.7  

Bauribandhu Lenka

Others

ସ୍ଵାଧୀନତା ଦିବସ

ସ୍ଵାଧୀନତା ଦିବସ

1 min
7.2K


(1) ସାଗରେ ଆଜି ନାଚେ ତରଙ୍ଗ

     ଆନନ୍ଦେ ଗୀତ ଗାଏ ବିହଙ୍ଗ

     ବରଷିଯାଏ ଶ୍ରାବଣ ଆଜି ଦେଖାଇ କେତେ ରଙ୍ଗ ।

      ଆସିଛି ଆଜି ସେ ପୂଣ୍ୟ ଦିନ

      ଯେ ଦିନ ଆମେ ହେଲୁ ସ୍ୱାଧୀନ

       ସାରା ଦେଶରେ ଖୁସିର ପର୍ବ ମନେ କେତେ ଉମଙ୍ଗ ॥

(2) ମୋ ଦେଶ ପୂଣ୍ୟ ଭାରତ ଭୂମି

     ଯା କୋଳେ ମୁହିଁ ଅଛି ଜନମି

     ବିତାଇ ଦେବି ସାରା ଜୀବନ ଗାଇ ତା ଯଶ ଗାନ ।

      ଅଛ ମୋ ଯେତେ ଭଉଣୀ ଭାଇ

       ଆସ ସରବେ ଏକାଠି ହୋଇ

       କରିବା ପଣ ଦେଶର ମାନ ରଖିବା ଦେଇ ପ୍ରାଣ ॥

(3) ସମ୍ମୁଖ ଯୁଦ୍ଧେ ଜୁଝିବା ପାଇଁ

      ଶତୃ ଛାତି ଆଜି ଥରଇ ସୀମା ସେପଟୁ

       ଚଳାଏ ଆଜି ଆତଙ୍କବାଦ ଲୀଳା ।

        ଆହ୍ୱାନ ଦିଏ ଆଜି ଭାରତ ଯଦି ତା ପାଖେ ଅଛି               ସାମର୍ଥ୍ୟ ସମ୍ମୁଖ ଯୁଦ୍ଧେ ଦେଖାଉ

        ଜିତି ଯୁଦ୍ଧ କୌଶଳ କଳା ॥

(4) ବିଛିନ୍ନତାବାଦୀର ସ୍ୱର ଅସ୍ଥିର ଆଜି

      ଜାମ୍ମୁ କାଶ୍ମୀର ଭାବନ୍ତି ମନେ

       କାଶ୍ମୀରକୁ ନେବେ ଆମଠୁ ଛଡାଇ ।

        ସେଦିନ କେବେ ଆସିବ ନାହିଁ

        ଦେଖନ୍ତୁ ଦିବା ସ୍ୱପ୍ନ ସେ ଶୋଇ

         ଭାରତର ଏ ଅଭିନ୍ନ ଅଙ୍ଗ ରହିଥିବ ସଦା ପାଇଁ ॥

(5) ମୋ ଦେଶ ଆଜି ସମୃଦ୍ଧି ପଥେ

     ସାରା ବିଶ୍ୱ ଚମକି ଦେଖେ

     ସ୍ୱଧୀନତାର ଦିବସେ ଆଜି ନେବା ଆମେ ଶପଥ ।       

     ସାରା ବିଶ୍ୱର ନେବା ନେତୃତ୍ୱ ହୋଇବେ

     ସବୁ ଦେଶ ଚକିତ ଉଦାତ୍ତ କଣ୍ଠେ ଗାଇବ

     ବିଶ୍ୱ ଜୟ ଜୟ ଭାରତ ଜୟ ଜୟ ଭାରତ ॥

******


Rate this content
Log in