ନିରୋଳା ମୁହୂର୍ତ୍ତ
ନିରୋଳା ମୁହୂର୍ତ୍ତ
ପହଞ୍ଚିଲି ଆଣିବାକୁ ନିଦ ଟିକେ
ଧାରେ ତୁମ ପାଖରୁ
ଚିମୁଟି କନ୍ଦେଇଲ ମୋତେ
ନିଦ ଧାରେ ଦବାତ ଦୂରର କଥା
ମୋ ପାଖରେ ଥିବା ଶେଷ ସନ୍ତକ
ନିରୋଳା ମୁହୁର୍ତ୍ତ
ସେଥିରେ,ଧସେଇ ପଶି
ବିପର୍ଯ୍ୟସ୍ତ କଲ
ପିଠିରୁ ଗାଲରୁ ବେକମୂଳୁ......
ମୂଳଧନ ନିଦର ମୋର ସରିଗଲା ପରେ
କାହୁଁ ପାଇବି ମୋ ନିରୋଳା ମୁହୂର୍ତ୍ତ
ଆଣିବି ଧାରେ ନିଦ
ଅବଶୋଷ ମେଣ୍ଟେଇବି ମୋ ଶରୀରର....
ମୋ,ଝଂଘର ତୁମ ଚିମୁଟାର ଅଂଗୁଳି ଚିହ୍ନରେ
ଲିପଷ୍ଟିକ ଓଠର ଚୁମା ପରି
ପଡିଛି ନାଲି
ଘରେ ଦେଖିଲେ ମୋ ଘର ଲୋକ
କି ଉତ୍ତର ଦେବି ମୁଁ ଯେ...
ତୁମେ ଖାଲି ଚିମୁଟିନ...କଂଦାଅ ବି ମୋତେ
କାନ୍ଦି କାନ୍ଦି ଆଖି ଲାଲ୍ କରି ଫେରେ
ତାର ବି ଉତ୍ତର ଦବାକୁ ହେବ ଘରେ ତାକୁ ?
ଯିଏ ମୋର ସବୁ ନିଦ ନେଇଛି ଚୋରେଇ...
ଦେଇଛି ହଜେଇ.....
ସିଏତ ମୋ ନିଦକୁ ଉଡାଏ
ଆଉ କା'ର ବାହୁ ବେଷ୍ଟନିରେ....
ଯେତେବେଳେ ସିଏ ଲିପଷ୍ଟିକ ଲିଭେଇ ସାରି
ଫେରେ ଘରକୁ ଅସଜ ପାଦରେ
ନିଦ ମୋର ହଜିଯାଏ
ମାଗିବାକୁ ଆସେ ମୁଁ ଧାରେ ନିଦ
ତୁମଠୁ କେବଳ ତୁମଠୁ
ତୁମେ ଖାଲି ଚିମୁଟିକି କଂଦାଇ ଶିଖିଛ ମୋତେ...