Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Romance Tragedy

5.0  

ବି. ନିରୁପମା

Romance Tragedy

ଶୁଣ ବାରେ ପ୍ରାଣ ସଖା

ଶୁଣ ବାରେ ପ୍ରାଣ ସଖା

1 min
179




ଏମିତି ଜଳାଇ ମାରୁଅଛ କିଆଁ

ଚିନ୍ତା ଚେତନାରେ ଆସି ,

ଯେତେ ଚାହିଁଲେ ବି ଦେଉନାହଁ ଧରା

ହେ ମୋର ଅନ୍ତରବାସୀ ।


କେତେ ପରକାର କରମ କରୁଛି

ତୁମକୁ ତୋଷିବା ପାଇଁ ,

ଚାତକ ପରିକା ଚାହିଁ ରହୁଅଛି

କାଳେ ଆସିଯିବ ଧାଇଁ ।


ଭୁଲି ସାରିଛି ମୁଁ କେବେଠୁ ନିଜକୁ

ତୁମରି ଭାବରେ ପଡ଼ି ,

ତୁମ ମନ ନାଥ ଆଉ କା' ପାଖରେ

ଯାଇଅଛି କିବା ଜଡ଼ି ।


ମୁଁ ଏଠି ତୁମକୁ ଝୁରି ହେଉଅଛି

ଶୁଣ ବାରେ ପ୍ରାଣ ସଖା ,

ଅନୁରୋଧ ରଖି ଥରୁଟିଏ ଦେବ

ଦିଅ ଦୟାବହି ଦେଖା ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in