Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

✿✿ ସମୁଦ୍ର ✿✿

✿✿ ସମୁଦ୍ର ✿✿

1 min
6.8K


✿✿ ସମୁଦ୍ର ✿✿

ଶୁଣିଥିଲି -
ସମୁଦ୍ର ଯାହା ନିଏ, ଫେରାଇ ବି ଦିଏ ।
ତୁମେ ଗଣି ଥିବା ଉଚ୍ଛନ୍ନ ଲହଡି ହେଉ
କି'
ଦୂର ଦିଗ୍-ବଳୟ ପାଖେ
ଛାଡ଼ି ଆସିଥିବା  ତୁମ ମନଡଂଗା,
ସୁଧ ସହ ସେ ଫେରାଇ ଦିଏ ।
ଦେଖୁନ-
( ସେଇ କାଳୁ ନୋଳିଆ, ତା ଆଇଁଷିଆ ଡ଼ଂଗା,
ଲେମନ୍ ଟି , ଝାଲ୍ ମୁଢି , ପେଟୁଆ ପଇଡ଼,
ବମ୍ବେଇ ଲଡୁ, ହରରଂଗୀ ବେଲୁନ,
ଅସଲି ମୋତି କହି ବିକୁ ଥିବା ନକଲି ମଣିଷ ,
ଦେଶୀ କାକୁଡ଼ି , ଗୁଟୁଖା ବିକା ମାଳ ବୁଢୀ ,
ଶୁଖିଲା ରେ ଥାଇ ଲୋଭିଲା ପଂହରା ଆଖିସବୁ )
ଆଦି ସେଇମିତି ଥାଏ ଫି ଦିନ , ତୁମେ ଯିବାଯାଏଁ  ।
ଫେରାଏ ତ ସେସବୁଙ୍କୁ ବି -
ପୋତି ଦେଇଥିବା ହଜିଲା ଅତୀତ ,
ଆଉ ଭାସି ଯାଇଥିବା ଆଶା ଅସୁମାରୀ ।

ଯାହା ଶୁଣିଥିଲି ଠିକ୍ -
ସମୁଦ୍ର ମନେରଖି ସବୁକିଛି ଫେରାଇ ଦିଏ.......।

✿ ଅମିୟ ବେଜ୍ ✿


Rate this content
Log in