Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବସନ୍ତ ଆସିଛି

ବସନ୍ତ ଆସିଛି

1 min
255



ଥିରି ଥିରି ବହେ ମଳୟ ପବନ

ଫୁଲ ଖେଳିଲେଣି ଦୋଳି

କାକର ମୁକୁତା ଆଖିରେ ପଡୁନି

ଶୀତ ଯାଇଅଛି ଫେରି I

ସଫେଦ ବରଫ ଚାଦରର ତଳୁ

ଦିଶିଲାଣି ମାଟି ଦେହ

ବୀର ସନ୍ତାନକୁ ହରାଇଛି ଦେଶ

ସଭିଙ୍କ ଆଖିରେ ଲୁହ I

ମାଟି ମାଆ ଦେହ ସହିଦ ରକତେ

ଦିଶୁଛି ଲୋହିତ ବର୍ଣ୍ଣ

କ୍ରନ୍ଦନ ରୋଳରେ ବିଦୀର୍ଣ୍ଣ ଭାରତ

ସ୍ତବ୍ଧ ହୋଇଯାଏ କର୍ଣ୍ଣ I

ଶତୃର ରକତେ ହୋଲି ଖେଳିବାକୁ

ସଜବାଜ ବୀର ସେନା

ଆତଙ୍କବାଦର ବିଲୋପ ଘଟିବ

ଉଡିବ ଶାନ୍ତିର ବାନା I

ସବୁ ଭେଦଭାବ ଭୁଲିଛନ୍ତି ସର୍ବେ

ଏକତ୍ର ଭାରତ ବାସୀ

ଶତୃକୁ ନିପାତ କରିଦେବା ପାଇଁକି

ହାତେ ଧରିଲେଣି ଅସୀ I

ବିଜୟ କୁମାର ପୃଷ୍ଟି


Rate this content
Log in