ଜୀବନ ଗୀତା - ୨୧୧
ଜୀବନ ଗୀତା - ୨୧୧
1 min
12.6K
ଜୀବନ ଗୀତା - ୨୧୧
ଗୀତା ଷଡ଼ଙ୍ଗୀ
ଜୀବନ କେବେ
ଲାଗେ ଭାରି ରିକ୍ତ,
କେବେ ପୁଣି ସିଏ
ପ୍ରେମରେ ସିକ୍ତ ॥୦॥
ପଛକୁ ଫେରି ଚାହିଁଲେ
ଭାସିଉଠେ କେତେ ସ୍ମୃତି,
ଜୀବନର ଗତିପଥେ
କେତେକେତେ ଅନୁଭୂତି,
ଭାବୁଥିଲେ ବସି
ଲାଗଇ କ୍ଳାନ୍ତ ॥୧॥
ଜୀବନର ପ୍ରତିବିମ୍ବ
ଭାସିଉଠେ ମାନସରେ,
କେଉଁଠି ସବୁଜ ସବୁ
ଧୂସର ବି କେଉଁଠାରେ,
କିଛିଟା ମଧୁର
କିଛିଟା ତିକ୍ତ ॥୨॥
*****