Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୫୭

ବେସୁରା ଗୀତି-୭୫୭

1 min
6.7K


ଆସୁଥିଲୁ କାହିଁକି କେଜାଣି

ସାରା ଆକାଶରେ ଥିଲା

କଳା କଳା ବାଦଲଙ୍କ ପଟୁଆର

ଟୋପାଏ ତ ଝରିଲାନି ପାଣି ॥

ଘଡଘଡି ନାଦ କରି ତୁ ତ ଆସିଲୁ

ବିଜୁଳିର ଚମକ ରେ ସ୍ମିତହାସ୍ୟ ଦେଲୁ

ଘନ ଘର୍ଘର ନାଦରେ ବାର୍ଷିଗଲୁ କହିଲେ ସରବେ

ମୁଁ ଜାଣିନି କିଆଁ ମୋତେ ମୁହଁ ଲୁଚାଦେଲୁ ॥

ତୁ ଭାରି ଅମାନିଆଁ ଏକଥା ଜାଣିଛି

ତୋ ଆଖିରେ କେତେ ବାର

ବିଜୁଳିର ଚମକ ଦେଖିଛି

ଲୁହଭରା ଆଖିତୋର ଦେଖିଛି ଅନେକ

ତୋ କାନ୍ଦର ଲହରରେ ଭୁଲିଛି ମୁଁ ଭୋକ ॥

ପ୍ରତିକ୍ଷା କରିଛି ବର୍ଷା ପାଇବାକୁ

ତୋର ପ୍ରୀତି ଛୁଆଁ

ଲିଭାଇବାକୁ ତ ହେବ ଛାତିତଳେ

ଜଳୁଥିବା ନିଆଁ

ତୋ ପ୍ରୀତି ପରଶ ଛଡା ଅନ୍ୟ ଗତି ନାହିଁ

ସେଥିପାଇଁ ରାତିଦିନ ଆକାଶକୁ

ରହିଛି ମୁଁ ଚାହିଁ ॥


Rate this content
Log in