Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amruta Mohanty

Others

2  

Amruta Mohanty

Others

ଜାଣିନି କାହିଁକି!!

ଜାଣିନି କାହିଁକି!!

1 min
6.8K


ଜାଣିନି କାହିଁକି ମନ ଚାହେଁ ଆଜି

ଡେଣାକୁ ମୋ ଟିକେ ଝାଡ଼ି ଦିଅନ୍ତି !

ମାଟି କାମୁଡ଼ି କେବେଠୁ ପଡ଼ିଛି,

ଆଜି ଆକାଶରେ

ଟିକେ ଉଡ଼ି ବୁଲନ୍ତି!

ନିଜ ପାଇଁ ଆଜି ଆଖିରେ

ଆଖିଏ ସପନ ସଜାନ୍ତି ,

ପର ପାଇଁ ଢେର କିସ୍ତିରେ ମରିଲି !

ନିଜ ପାଇଁ ମୁହୂର୍ତ୍ତ କେଇଟା

ଜିଇ ତ ଯାଆନ୍ତି!!

ଇଚ୍ଛା ହୁଏ ଖରସ୍ରୋତା

ନଦୀଟିଏ ହୁଅନ୍ତି

କେଜାଣି କେବେଠୁ ନୀରବ ନିଥର

ପାଲଟି ରହିଛି

କିଛି ଦୂର ନିଜ ଧୁନ୍ ରେ କଳକଳ

ବହି ମୁଁ ଯାଆନ୍ତି!!

ମନ କହେ ମୋର ପଥ ହେବା ଛାଡି,

ପଥିକଟେ ବନି ଯାଆନ୍ତି

ବେଳାଭୂମି ହୋଇ ଦେଖିଲି ବହୁତ !

ଲହରି ହେବାର ସୁଖ

ଥରେ ତ ଚାଖନ୍ତି!!

ଜୀବନଟା ଆଜି ଡାକେ ହାତ ଠାରି

ଇଚ୍ଛା ହୁଏ ତାକୁ ଥରେ 'ଓ' କରନ୍ତି !

କାଲିର ଚିନ୍ତା କରିଲି ବହୁତ !

ଆଜିଟା ତ ନିଜ ପାଇଁ ଭୋଗ କରନ୍ତି!

କେଜାଣି କାହିଁକି ଚାହେଁ ମନ ଆଜି

ନିଜ ସହ ପରିଚୟ ବଢାନ୍ତି !

ଯିବା ପୁର୍ବରୁ, ଜୁଇ ଛୁଇଁବା ଆଗରୁ

ନିଜ ସହ ଦେଖା କରି ତାକୁ

ଟିକେ ଆଦର କରନ୍ତି!!

ଜାଣିନି କାହିଁକି!!!!!!


Rate this content
Log in