Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bidyadhar Sethi

Thriller Others

5.0  

Bidyadhar Sethi

Thriller Others

ଶୂନ୍ୟପଥେ

ଶୂନ୍ୟପଥେ

1 min
285


ଶୂନ୍ୟତାର ପଥେ ମୁଁ କ୍ଳାନ୍ତ ପଥିକ

ନିରବରେ ଚାଲୁଛି ଏକା

ଚାଲିବାକୁ ହେବ ସୀମାହୀନ ପଥ

ମନେ ଆସେ ବୃଥା ଆଶଙ୍କା ।

ନିର୍ଜନତା ଭରା ଦୁଃସହ ଜୀବନ

ନିର୍ଜନ ଏ ସୀମା ସରହଦ

ଗୁଞ୍ଜରିତ ହୁଏ ମୃଗତୃଷ୍ଣା ସମ

ଅଜ୍ଞାତ ମୃଦୁ ପାଦ ଶବ୍ଦ ।

ଅଜଣା ଶବ୍ଦରେ ହୁଏ ଉଦଜୀବିତ

ମନେ ଭରେ ଆଶା ଆଲୋକ

ନିରାଶାର ଭାବ ଅପସରି ଯାଏ

ହୃଦେ ଖେଳିଯାଏ ମହକ ।

ଦିବ୍ୟ ଅଲୌକିକ ପାଦ ଶବ୍ଦ ଶୁଣି

ଖୋଜୁଥାଏ ହୃଦ ଦେବତା

ଚିରନ୍ତନ ସତ୍ୟ ଅମୃତ ସନ୍ତାନ

ପୂର୍ଣ୍ଣ ହୋଇଯାଏ ଶୂନ୍ୟତା ।


Rate this content
Log in