ନିଃସଙ୍ଗ କାକଳୀ
ନିଃସଙ୍ଗ କାକଳୀ
କରନା ଗୋ ଅଳି …..
ଯେଉଁଠି ହୃଦୟ ଖଣ୍ଡ
ଯାଇ ଅଛି କେବେଠାରୁ ଜଳି,
ଚାରିପାଖେ ହାଉଯାଉ ସ୍ମୃତି ସବୁ
ବିଜନ ଏ ମନ ବେଳା,
ନୀରବତା ବିହଙ୍ଗଙ୍କ
ମର୍ମଭେଦୀ ନିଃସଙ୍ଗ କାକଳୀ….
ଛାତିଫଟା କୋହ ଝଲ୍ କେ
ପୋଷେ ଲୁଣି ଲୁହ,
ଏଇତ ସମ୍ବଳ ମୋର ...
ଆଉ ବା ତୁମକୁ ସାଥି
ଦେବାପାଇଁ କିବା ଅଛି କୁହ?
କାହିଁକି ବା ଆସ ତୁମେ
ଶେଷଯାମ ପରିତ୍ୟକ୍ତ ସ୍ୱପ୍ନେ ?
ଯେଉଁଠି ସଭିଏଁ ବ୍ରତୀ
ନିଃସ୍ୱ ଏକ ପ୍ରେମିକର…ଚରିତ୍ର ହନନେ,
ସାଗର ତୃଷ୍ନା ମୋ କଣ୍ଠେ
ଶେଷଢ଼ୋକ ଅଛି ବାକି
ପିଇବାକୁ ଦିଅ ଆଜି..ବସି
ତୁମ ସେ ରୂପସହର ....
ପ୍ରୀତି ଉପକଣ୍ଠେ.. ।।
ତପନ ଦୀକ୍ଷିତ(ବେଳାଭୂମି) 25.11.2017
ନାଶିକେଶ୍ୱର, କାକଟପୁର, ପୁରୀ