Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ତ୍ରିବାର ସତ୍ୟ

ତ୍ରିବାର ସତ୍ୟ

1 min
247


ଆରେ ଭାଇ  

ମୁଁ ଯାହା କହୁଛି ସତ କହୁଛି

ଲୋକେ ତ ଗୀତାରେ ହାତ ଦେଇ 

କହୁଛନ୍ତି ଯାହା କହିବି ସତ କହିବି ହେଲେ

ଖାଲି କଞ୍ଚା ମିଛ ଛଡା ଆଉ କିଛି କହନ୍ତି ନାହିଁ

ହେଲେ ମୁଁ ଗୀତା ରେ ନୁହଁ ଛାତି ରେ ହାତଦେଇ କହୁଛି

ଯାହା କହିବି ସତ କହିବି ମିଛ ଜମାରୁ ନୁହେଁ

କାରଣ ଛାତି ଟା ମୋରନା

ଗୀତାରେ ସିନା କୃଷ୍ଣ କହିଲେ ଅର୍ଜ୍ଜୁନ ଶୁଣିଲେ

ଗୀତା ତାଙ୍କର ଥିଲାଛୁଇଁ ମିଛ କହିଲେ ତାଙ୍କର କ୍ଷତି ହେବ

କିନ୍ତୁ ମୁଁ ଯଦି ମିଛ କହିବି ତାହେଲେ ଛାତି ଟା ମୋର ନା

କ୍ଷତି ବି ମୋର ହେବ

ସତକଥା ହେଲା ବନ୍ଧୁ

ଦିନେ ନା ଦିନେ ସମସ୍ତେ ମରିଯିବା

ଆଉ ଗୋଟେ କଥା ହେଲା ମୁଁ ପିଲା ଦିନରୁ

ଆଜି ପର୍ଯ୍ୟନ୍ତ ଦେଖିଆସୁଛି

ମଣିଷ ଜନମ ହେଉଛନ୍ତି

ବୁଢ଼ା/ବୁଢ଼ୀ ହେଉଛନ୍ତି ଓ ବେସି କଷ୍ଟ ପାଉଛନ୍ତି

କି ଧନୀ କି ଗରିବ

କି ମନ୍ତ୍ରୀ କି ଯନ୍ତ୍ରୀ

ପ୍ରଧାନ ମନ୍ତ୍ରୀ ହେଉ କି ରାଷ୍ଟ୍ରପତି

କିଏ ବାଦ ପଡୁନାହାନ୍ତି

ଆଉ ଆମେ ତ ସାଧାରଣ ଲୋକ 

ଆମ କଥା କିଏ ପଚାରେ

ସବୁଠୁ ଭଲ ଏବେ ଭଲରେ ଅଛୁ ଖୁସିରେ ଅଛୁ ବାସ

ଜୀବନଟାକୁ ଉପଭୋଗ କର

ଏମିତି ଉପଭୋଗ କର ଯେ ଚହଳ ସୃଷ୍ଟି କରୁ

ହଁ ଉପଭୋଗଟା ସତପଥରେ ହେବା ଉଚିତ

ବାର୍ଦ୍ଧକ୍ୟ ତ ଆସିବ ନା, ଆସୁ ଦେଖିବା

ହେଲେ ଆଜି କାହିଁକି ଦୁଃଖରେ ରହିବା

ସେଥିପାଇଁ ତ ମୁଁ ମୋ ଜୀବନକୁ

ଉପଭୋଗ କରୁଛି ବନ୍ଧୁ

ସୁଖ ସମୟରେ ଖୁସିରେ ରହୁଛି

ଦୁଃଖ ସମୟ ରେ ବି ଖୁସି ଖୋଜି ଖୁସିରେ ରହୁଛି

କାରଣ ଦୁଃଖ ଦୁଃଖକୁ ଆମେ ଏଡାଇ ପାରିବାନୀ

ଦୁଃଖ କରି କି ଲାଭ

ବରଂ ଦୁଃଖକୁ ଗ୍ରହଣ କରି ସୁଖରେ ରହିଲେ ଭଲ

କାରଣ ସମୟ ଆସିଲେ ଦୁଃଖ ବି ମୁହଁ ମୋଡି ଚାଲିଯିବ

ଆପଣ ମାନେ ବି କରନ୍ତୁ

ଲାଭ ହିଁ ଲାଭ

ଏହାହିଁ ସତ ତ୍ରିବାର ସତ୍ୟ



Rate this content
Log in