Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Inspirational

2  

LAXMAN KUMAR BEHERA (ଯତି)

Inspirational

ଯତି ବଚନ

ଯତି ବଚନ

1 min
6.8K



ନଗ୍ରେ ନଗ୍ରେ ନରନାରୀ

କାନ୍ଦୁଥିବେ ରାହା ଧରି

ମୁଠେ ଅନ୍ନ ପାଇଁ ଯେ',

ସୁନ୍ଦରୀ ଅବଳା ଦେଖି

କାମନାର ଶର ଯୋଖି

ପୁରୁଷେ ଧାଇଁବେ ଯେ' । ।। ୨୯ ।।


ସୁନାମୀ ଝଡ ବତାସ

ଭୂମିକମ୍ପ ସର୍ବନାଶ

କଳିଯୁଗ ଅନ୍ତେ ଯେ',

ପାଶ୍ଚାତ୍ଯ ଢାଞ୍ଚାରେ ସର୍ବେ

ଆକର୍ଷିତ ଅତି ଗର୍ବେ

ଜୀବେ ଜାଣି ଥାଅ ଯେ' । ।। ୩୦ ।।


ଅଶ୍ଲୀଳ ଭାଷାକୁ ସର୍ବେ

ହସିଣ ଆଦରୁ ଥିବେ

ପାପୀକୁ ପୂଜିବେ ଯେ',

ନମାନିବେ ବଡ ସାନ

ପାପ ବଳେ ବଳୀୟାନ

ଜୀବେ ଜାଣି ଥାଅ ଯେ' । ।। ୩୧ ।।


ନଥିବ ବଣ ଜଙ୍ଗଲ

ସବୁ ହେବ ସମତୁଲ

ଚାରିଆଡେ କୋଠା ଯେ',

ବିଜ୍ଞାନ ନାଶିବ ବିଶ୍ଵ

ନାରଖାର ପରିବେଶ

ଜୀବେ ଜାଣି ଥାଅ ଯେ' । ।। ୩୨ ।।


ମଦକୁ ସର୍ବେ ଖୋଜିବେ

ପାଣି ପରିକା ପିଇବେ

ରଚେ କଳିଯୁଗ ଯେ',

ପାଣି ପାଇଁ ହନ୍ତସନ୍ତ

କଷ୍ଟେ ଜୀଇଁବ ଜଗତ

ଜୀବେ ଜାଣି ଥାଅ ଯେ' । ।। ୩୩ ।।


ଦ୍ବାପରେ ଦ୍ବାରିକା ନଗ୍ରେ

କାଦମ୍ବରୀ ରସ ଭୋଗେ

ଗଲେ ଯମ ଦେଶ ଯେ',

କଳିଯୁଗେ କଳି ହସେ

ମରିବେ ମହୁଲି ରସେ

ଅତି ହିନସ୍ତାରେ ଯେ' । ।। ୩୪ ।।


ଫୁଲ ବନେ ବାସଭରା

ସ୍ମୃତିପଥ ଅପାସୋରା

ସତ୍ଯ ପଥେ ଶାନ୍ତି ଯେ',

ସୁନିଦ ସାଥୀ ସପନ

ଦୁଇ ଦିନିଆ ଜୀବନ

ଜୀବେ ଜାଣି ଥାଅ ଯେ' । ।। ୩୫ ।।


ବିନୟ ବଚନ ବଳେ

ଭବରଙ୍ଗ ଭୂମି ତଳେ

ମହାନ ସାଜିବ ଯେ',

ଘର ଭଙ୍ଗା ବୁଦ୍ଧି କଲେ

ପାଣି ନ ମିଳିବ ମଲେ

ଜୀବେ ଜାଣି ଥାଅ ଯେ' । ।। ୩୬ ।।



ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ- ୯୬୬୮୨୪୨୭୨୦


Rate this content
Log in

Similar oriya poem from Inspirational