Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjay Kumar

Comedy

3  

Sanjay Kumar

Comedy

ଅଣ୍ଡା ଫଣ୍ଡା

ଅଣ୍ଡା ଫଣ୍ଡା

1 min
6.8K


ଅଣ୍ଡା ଅଟେ ବହୁ ଉପକାରୀ ।
ଡାକ୍ତର କହନ୍ତି,
ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ ॥

ଧୋବଫରଫର ଉପର କଠୋର,
ଭିତରଟା ଭାରି ନରମ ।
ଏଥିରେ ଅଛି ସ୍ନେହସାର ପୁଷ୍ଟିସାର,
ଆଉ ପୁଣି କ୍ୟାଲସିୟମ ॥

ଦିଦି ସାରେ ଅଣ୍ଡା ଦବା ଅଭ୍ୟାସ କଲେଣି ।
ପାଠ ପଢାଠୁ ୟାକୁ ବେଶୀ ଗୁରୁତ୍ଵ ଦେଲେଣି ॥

ଅଙ୍ଗନବାଡିଠୁ ମଧ୍ୟାହ୍ନ ଭୋଜନ,
ସବୁଠି ଅଣ୍ଡାର ବ୍ୟବସ୍ଥା ।
ଏଗଜାମରେ ମିଳୁଛି ଏଗ,
ତାରି ପାଇଁ ଏ ଅବସ୍ଥା ॥

ନେତାଏ ଫୁଲହାରରେ ନୁହେଁ,
ଅଣ୍ଡାରେ ହଉଛନ୍ତି ସ୍ଵାଗତ ।
କହୁଛନ୍ତି ଅଭ୍ୟାସ ହେଇଗଲାଣି,
ମାରିଲେ କରିବୁ ଆମଲେଟ ॥

ଯୁବନେତାଏ ସ୍ଵାଗତ କରୁଛନ୍ତି
ମାରି ଏଇ ଅଣ୍ଡାକୁ ।
ଶରଧାରେ ଉପଯୋଗ କରୁଛନ୍ତି
ଭସ୍ମାସୁରର ଫଣ୍ଡାକୁ ॥

ଛାତ୍ର ଅବସ୍ଥାରେ ଖାଇଲେ,
ଯୁବାରେ ଦେଲେ ରିଆକସନ ।
ନିଉଟନଙ୍କ ତୃତୀୟ ନିୟମକୁ,
ଭଲରେ କରିଦେଲେ ପ୍ରମାଣ ॥

ସ୍ଵାସ୍ଥ୍ୟଠୁ ସୌନ୍ଦର୍ଯ୍ୟ ସବୁଠି ଅଣ୍ଡା ଦରକାର,
ସେଥିପାଇଁ କୁକୁଡାମାନେ ବଢାଉଛନ୍ତି ଦର


Rate this content
Log in