Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Inspirational

5.0  

ବି. ନିରୁପମା

Action Inspirational

ନୁହେଁ କଳନା କରି

ନୁହେଁ କଳନା କରି

1 min
7.7K


ହୁଙ୍କାରରେ ଯା' ସାରା ବ୍ରହ୍ମାଣ୍ଡ

ସହଜେ ଯାଏ ଥରି ,

ଅମାପ ତାଙ୍କ ଶକତି ଆହା

ନୁହେଁ କଳନା କରି ।


ବୀରଗଣଙ୍କ ମଉଡ଼ମଣି

ବଜର ତାଙ୍କ ତନୁ ,

ସ୍ମରିଲେ ନାମ ଭୟ-ଆଶଙ୍କା

ଉଭେଇ ଯାଏ ମନୁ।


ବିଘ୍ନ ଯେତେକ ହୁଅଇ ନାଶ

ସାହସ ଯାଏ ବଢି ,

ଦୁଃଖ-ଦଇନ ସାଥିରେ ଆମେ

ସହଜେ ପାରୁ ଲଢ଼ି।


ଅଳପେ ସିଏ ସନ୍ତୋଷ ହୋଇ

କୃପା କରନ୍ତି ଯାଚି ,

ରାମ ନାମଟି ଗାଇଲେ ତାଙ୍କ

ହୃଦୟ ଉଠେ ନାଚି ।


ଅମର ମଧ୍ୟେ ଅମର ସିଏ

ନ ଜାଣେ ତାଙ୍କୁ କିଏ ,

ଜ୍ଞାନ-ଗୁଣର ସାଗର ପରା

ହନୁମାନଟି ସିଏ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in