Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2.5  

Susil Pani

Inspirational

ଆଶା ଓ ଭାବନା

ଆଶା ଓ ଭାବନା

1 min
6.9K


    ଆଶା ଓ ଭାବନା
**************


ବେସୁରା ଏ ଜୀବନରେ ଅସରାଏ ବରଷା ।
ଝରିପଡେ ଠୋପାଠୋପା ହୋଇ ଭିଜେନାହିଁ ଦେହଟା ।।

ଖରାରେ ପଡେ ଝାଉଁଳି ଶିତରେ ଯାଏ ଶିତେଇ ।
ଅମାନିଆ ନଦୀ ପରି ବହି ଯାଏ ଗମ୍ଗମ୍ ଝାଳର ଝରଣା ।।

ମନରେ ଅସୁମାରି ଆଶା ଆଉ ରଙ୍ଗିନ୍ ସ୍ଵପ୍ନର ଲାଳସା ।
ହେଲେ ଶୋଷ ମେଣ୍ଟେନାହିଁ କି ଭୋକ ମରେନାହିଁ ।।

ମନରେ ଅଭାବ ହେଲେ ହୃଦୟରେ ହୋଇଯାଏ ତୃଷ୍ଣା ।
ପାଇବାର ଆବେଗରେ ଧନ୍ଦି ହୋଇ ପାଏ ଖାଲି ଅପମାନ ଓ ଲାଞ୍ଛନା ।।

ମାନ ଯେତେ କଲେବି ବୁଝିବାକୁ କେହି ନଥାନ୍ତି ।
ସହିସହି ନିନ୍ଦେ ନିଜର ଭାଗ୍ୟ ଓ ଭାବନା ।।

ଅସୁମାରି ଆଶା ଆଉ ରଙ୍ଗିନ ସ୍ଵପ୍ନର ଅନ୍ତ ଘଟେ ।
ରହିଯାଏ ମନରେ ଅବଶୋଷ ଆଉ ହୃଦୟରେ ଅସହ୍ୟ ବେଦନା ।।

ସୁଶିଲ୍ ପାଣି , ପୁରୀ 


Rate this content
Log in

Similar oriya poem from Inspirational