ନିଆରା ଏ ବିଭୀଷିକା ଛବି
ନିଆରା ଏ ବିଭୀଷିକା ଛବି
ନିରୋଳା ନିର୍ଜନେ ଏ ଭଗ୍ନ କୁଟୀରେ
ଦେଖୁଛି ମୁଁ ଏକି ଦୃଶ୍ୟ ?
ଭୂତକି ପିଶାଚ ଅଦ୍ଭୁତ ଏ'ଜୀବ
ବିକଟାଳ ତା'ର ରୂପ !
ନୁହେଁ ସେ ଗ୍ରୀବ ନୁହେଁ ସେ'ଭୈରବ
ଭିନ୍ନ ତା'ର ରୂପକ୍ରାନ୍ତି ,
ସ୍ଵହସ୍ତେ ଧରିଛି ନିରିମାଖି ବାଳୀ
ଶୂନ୍ୟକୁ ନେଉଛି ଟାଣି !
ରହତୁ ପିଶାଚ ରହତୁ ଶାଙ୍କୁଚ
ଏକି ନିଷ୍ଠୁରତା ତୋ'ର ,
ନିରିମାଖି ଫୁଲ ତା'ର ଦୋଷ କ'ଣ
ନିଃସର୍ତ୍ତେ ତୁ' କ୍ଷମାକର ! !
ଜାଣିଥିଲେ ମୁଁ' ତୋର ପରାକ୍ରମ
ଆସି ଥାନ୍ତି ଘେନି ବାଣ ,
ମୋର ବ୍ରହ୍ମ ଅସ୍ତ୍ରେ ନାଶି ଥା'ନ୍ତି ତୋତେ
ହରାଇ ଥାଆନ୍ତୁ ପ୍ରାଣ ! !
ବିକଳ ନେହୁରା ନୁହେଁ ବେସାହାରା
ଚତୃଦିଗେ ପ୍ରକମ୍ପିତ ,
ମୋର ଡାକ ଶୁଣି ଆସିଲାଣି ପରୀ
ମରଣତୋ ସୁନିଶ୍ଚିତ ! !
ଆକାଶୀ ଗୌରବୀ ମହାପରୀ ରାଣୀ
ଉଦ୍ଧାର କରତୁ ମାତ ,
ଏ ଅଦ୍ଭୁତ ଜୀବକୁ ମାରିଦେ ମାଆତୁ
ହେବୁତୁ ତ୍ରୀପୁରେ ଖ୍ୟାତ ! !
ନିରିମାଖୀ ଫୁଲ ମୋର ରତ୍ନଝୁଲ
ପଡିଛି ସଂକଟେ ଆଜି ,
ସ୍ନେହଁ ସରାଗିନି ବିକଳେ ରଡୁଛି
ପିଶାଚ ନେଉଛି ଟାଣି ! !
ଶୂନ୍ୟବାଣୀ ଶୁଣି ଆସିଲକି ପୁଣି
ହେ ମାଆ ପରୀ ରାଣୀ ,
ପିଶାଚ ପଞ୍ଝାରୁ ମୁକ୍ତ କରିବାକୁ
ମୋର ମନ କଥା ଜାଣି ! !
ତୋର ଆବିର୍ଭାବ ଦେଲାତ ସାହାସ
ଆଉ କିଛି ଚିନ୍ତା ନାହିଁ ,
ଉଦ୍ଧାର ପାଇବ ନିରିମାଖି ଫୁଲ
ଏଥର ନିଶ୍ଚିତ ମୁଁହିଁ ! !
ଆସିବିନି କେବେ ଏମିତିକା ସ୍ଥାନେ
କରୁଛି ଶପଥ ଆଜି ,
ବିଭିଷିକା ଛବି ଆଉ ଦେଖିବିନି
କହୁଛି ମୁଁ ଗର୍ଜି ଗର୍ଜି ! !