ଧନ୍ୟରେ କାଳିଆ
ଧନ୍ୟରେ କାଳିଆ
1 min
6.7K
ମନେ ପଡୁଛୁ ତୁ କାଳିଆରେ କେତେ
ରଖିଛୁ ଏପରି କରି,
କେତେ ତୁ ଚତୁର ନିନ୍ଦିବାକୁ ତୋତେ
ବାଟ ରଖିନୁ କିପରି?
ଶିଖରରେ ମୋତେ ରଖୁ ନାହୁଁ କାଳେ
ଗରବ କରିବା ମନ୍ଦ,
ଠେଲି ବି ଦେଇନୁ ଅନ୍ଧାରି ଗୁମ୍ଫାକୁ
ଶୁଣିବୁ ବୋଲି ମୋ କାନ୍ଦ
ଦୁଃଖରେ ପଡିଲେ ଭାବେ ଦୁଃଖିଟିଏ
ଆସିଥାଏ ବୋଲି କୋହ,
ହେଲେ ଯା ଭରିଛୁ ଅନ୍ତରେ ମୋହର
ମିଳିବା ସହଜ ନୁହଁ
ଛନ୍ଦ କପଟ ମୁଁ ଜାଣେ ନାହିଁ ସିନା
ଛନ୍ଦରେ ହୁଅଇ ଛନ୍ଦି,
ହେଲେ ପ୍ରୀତି ରସ ଅନ୍ତରେ ଭରିଛୁ
ତୋ ପ୍ରୀତିରେ ହୁଏ ବାନ୍ଧି
ତୋ ଛନ୍ଦା ଚରଣେ ଛନ୍ଦି ଦେ ରେ ମୋତେ
ଛନ୍ଦି ହୋଇ ରହିଥିବି,
ଯେତେ ଦୁଃଖ କଷ୍ଟ ଆସୁ ମୋ ଜୀବନେ
ହସି ହସି ସହି ଯିବି
ଚିତ୍ତ ରଞ୍ଜନ ଲେଙ୍କା (କଟକ)©