Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ସ୍ମୃତିରେ ତୁମର ସାଥି

ସ୍ମୃତିରେ ତୁମର ସାଥି

1 min
7.1K



ତୁମରି ସ୍ମୃତିରେ ସାଥି ଲେଖେ ମୁଁ କବିତା ଆଜି

ଅଗାଢ ପ୍ରେମ ମୂର୍ଚ୍ଛନା ଅନ୍ତସ୍ୱରୁ ଉଠେ ବାଜି


ମନ୍ତ୍ରମୁଗ୍ଧ ହୃଦୟ ମୋ ଖୋଜୁଥାଏ ତୁମ ପ୍ରୀତି

ବିତାଇଥିବା ଅତୀତ ରହିଯାଏ ହୋଇ ସ୍ମୃତି


କାଲି ପରି ମନେହୁଏ ସେଦିନର ଜହ୍ନ ରାତି

ହାତେ ଧରି ରଙ୍ଗତୁଳୀ ଆଙ୍କୁଥିଲେ ପ୍ରଜାପତି


ଆଶ୍ଚର୍ଯ୍ୟ ଚକିତ ଥିଲା ଆମର ସେ ପାଗଳାମି

ଚିଠି ସିନା ଲେଖୁଥିଲେ, ଠିକଣା ଥିଲା ବେନାମୀ


ସ୍ମୃତିର ପାଉଁଶ ତଳେ ଖୋଜେ ମୁଁ ତୁମ ସ୍ୱରୂପ

ଯେଉଁ ନିଆଁ ପାଉଁଶରେ କଦାକାର ଆଜି ମୋ ରୂପ


ଆଜିବି ମୋ ମୃତ ଆତ୍ମା ଖୋଜୁଛି ତୁମରି ସ୍ପର୍ଶ

ଅସୁମାରୀ ଆକାଂକ୍ଷା ମୋ ତୁମଠାରେ ହୁଏ ଶେଷ


ସ୍ମୃତି ଆମ ହଜିଗଲା କେଉଁ ଘୋର ବନସ୍ତରେ

ଦେଖା ଯାଉନାହିଁ ଏବେ ମାଟି କିମ୍ବା ଅନନ୍ତରେ


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in