Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Behera

Tragedy

0.2  

Sasmita Behera

Tragedy

ତୁମ ପ୍ରେମ

ତୁମ ପ୍ରେମ

1 min
433


ମୁଁ ଜାଣେ ଏଇ ଜନ୍ମରେ

ତୁମେ ମୋର ନୁହଁ କି ତୁମ ପ୍ରେମ ।


ହେଲେ ଏ ହୃଦୟ କଣ ବୁଝେ

ସେଇ କଥା ସବୁ

ସେ ତ ଖାଲି ତୁମକୁ ଚାହେଁ

ତୁମେ ଯେତେ ଆଡେଇ ଚାଲି ଗଲେ

ସେତେ ସେତେ କଣେଇ ଦେଖୁଥାଏ ।


ତୁମ ପ୍ରେମର

ବିନ୍ଦୁଏ ପ୍ରେମ ବର୍ଷା ପାଇଁ

ସେ ବିକଳ ହୁଏ

ବେଲଗାମ ଧାଇଁ ଚାଲେ

ତୁମ ପ୍ରେମ ମରୀଚିକାରେ

ମରୁଭୂମିର ପଥଭ୍ରଷ୍ଟ ପଥିକଟେ ପରି

ତୁମକୁ ପାଇବାର ମୃଗତୃଷ୍ଣାରେ ।


ହେଲେ ତୁମେ ଉଭେଇ ଯାଅ

କୋଉ ଏକ ଦୂର ଦିଗନ୍ତକୁ

ଆଉ ମୁଁ

ଦଉଡି ଚାଲେ ଭିଜିବାବାକୁ

ତୁମ ପ୍ରେମ ନ ହେଲେ ନାଇଁ

ଘୃଣା ଆଉ ପ୍ରତାରଣାର ଅସରାଏ ବର୍ଷାରେ ।


Rate this content
Log in