Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shiba Charan Mahapatra

Others

2  

Shiba Charan Mahapatra

Others

ସପନ ର ପଥେ ପଥେ

ସପନ ର ପଥେ ପଥେ

1 min
255


ମୋ ସ୍ୱପ୍ନ ର ତୀବ୍ର ଲାଳସା

ଆଳସ୍ୟ କୁ ଭେଦି ଯେବେ

କଲା ପରାହତ..

ଦୃଢ ମନ ମୋର ବାଛିନେଲା

ଗନ୍ତବ୍ୟ ର ଚଲାପଥ..

କଣ୍ଟକିତ କଚ୍ଚା ସଡକ

ମୋ ଜିଦ୍ ଆଗେ

ହତଶିରୀ ହୋଇ

କରି ମଥାନତ..

ମୋ ଆଗମନେ

ପୁଷ୍ପ ଗୁଛ୍ଛେ କଲା ସୁ-ସ୍ୱାଗତ..


ମୁଁ ଚାଲିଲି...

ଚାଲିଲି...

ପୁଣି ଚାଲୁଥିଲି...

ଭୁଲିଗଲି

ନିଦାଘ ଉତ୍ତାପ..

ନିନାଦ ବାରିଧି...

ହାଡ ଭଙ୍ଗା ଶୀତ ଆଉ

ମୋ ପଥ ର ଅସୀମ ପରିଧି...

ବାସ୍ ଚାଲୁଥିଲି...

କଣ୍ଟାଘାତେ ପର କରି

ପଦ ରକ୍ତପାତ...

ମୋ ନିଷ୍ପତ୍ତି ଆଉ ନିଷ୍ଠା ଆଗେ

ଆଲୋକ ମାଣବ୍ୟ ଦୀପ

ଯୌବନେ ହୋଇ ପ୍ରଜ୍ଜ୍ଵଳିତ

ମୋ ତାପୀ ହୃଦ କୁ

କଲା ଶମିତ...

ମୁଁ ହସିଲି...

ବିଜୟ ର ମନଖୋଲା ହସଟିଏ..

ପ୍ରାଣ ହେଲା ପୁଲକିତ...

ମୋ ସ୍ୱପ୍ନ ର ବାସ୍ତବତା ରୂପ ଦେଖି

ଲାଜେ ନଇଁ ପଡି

ମୋ ସାଥିରେ ହସୁଥିଲା

ଅଲାଜୁକି ପଥ...


×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର : କେନ୍ଦୁଝର


Rate this content
Log in