Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Fantasy Abstract

2.5  

Pramila Sahoo

Fantasy Abstract

ଅବୁଝା ଏଇ ହୃଦୟ

ଅବୁଝା ଏଇ ହୃଦୟ

1 min
1.3K


ଆଖିର ପଲକ ପଡେ ଯେତେ ଥର

ମୋ ହୃଦୟ ତୁମକୁ ଝୁରେ ସେଥିକି ଥର

ଅବୁଝା ଏଇ ହୃଦୟ ବୁଝେନାହିଁ ସେ ଜମା

ପ୍ରତିମୁହୂର୍ତ୍ତରେ ଖୋଜୁଛି ତୁମକୁ ପରା

ହେଲେ ଏଇ ହୃଦୟ ଜାଣିନାହିଁ ତୁମ ଠିକଣା

କିନ୍ତୁ ଅପେକ୍ଷା କରିରହିଛି ସାତ ଜନ୍ମକୁ ପରା

ଦିନେ ନା ଦିନେ ଆସିବ ତୁମେ ଦେଖିବ ଏ ଦୁନିଆ

ହେଲେ ମୁଁ ଥିବିକି ନଥିବି ସେ କଥା ଜାଣେନା

କିନ୍ତୁ ତୁମ ପାଇଁ ମୋ ସ୍ମୃତି ସବୁବେଳେ ସାଇତା

ଯେଉଁ ମୁହୂର୍ତ୍ତରେ ତୁମେ ମତେ ଖୋଜିବ

ପ୍ରତିମୁହୂର୍ତ୍ତେ ମୋ ସ୍ମୃତି ତୁମ ପାଖେ ପାଖେ ପାଇବ l


Rate this content
Log in

Similar oriya poem from Fantasy