Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naresh Kumar Behera

Others

3  

Naresh Kumar Behera

Others

ଲାଫାଫାରେ ଚକଲେଟ୍

ଲାଫାଫାରେ ଚକଲେଟ୍

1 min
6.8K


ବୁଝିଛି ମୁଁ ତୁମର ସେ ସନ୍ଦେଶକୁ

ଲାଫାଫାରେ ପଠେଇଥିବା

ସେ ଚକଲେଟ୍ ଟି...

କିନ୍ତୁ ନା’ ଖୋଲିପାରିଲି, ନା’ ଛୁଇଁପାରିଲି

ସବୁ ତ ଟୁକୁରା ଟୁକୁରା

ଭାଂଗୀ ଚୁରମାର୍

ଡାକବାଲାର ସିଲ୍ ମାଡ଼ରେ

ଜନ୍ଦା ପିମ୍ପୁଡିର ଆଘାତରେ

ଜର୍ଜରିତ, ଅସ୍ତିତ୍ବହିନ

ଯେପରି ଭୁଲ୍ ବାଟରେ ଚାଲିଯାଇଥିବା

ପଥିକଟି... ବାଟବଣା ହେଲେ ହୁଏ |


ତୁମେ କିନ୍ତୁ ଭୁଲ୍ ବୁଝନାହିଁ

ନା’ କର ଅଭିମାନ

ଚକଲେଟ୍ କ’ଣ ମୁଲ୍ୟବାନ୍ ତୁମ ଭାବନା ଠୁଁ!

ତୁମର ସେ ସ୍ନେହ, ଶ୍ରଦ୍ଧା ଓ

ନିସଂକୋଚ ଭଲପାଇବା ଠୁ?

ମୁଁ ତ ଅପେକ୍ଷାରେ ଥାଏ

ତୁମର ସେ ଖାଲି କାଗଜ ଭର୍ତ୍ତି

ଲାଫାଫାଟିଏ ପାଇଁ

ଯାହା ତୁମେ ସବୁବେଳେ ପଠାଇ,

ଚାହିଁ-ବସିଥାଅ ମୋ ହାତ ଲେଖା ଉତ୍ତରଟି ପାଇଁ... ||


Rate this content
Log in