Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Others

3  

Sujat Kumar Sahoo

Others

ସ୍ୱର ତତ୍ୱ

ସ୍ୱର ତତ୍ୱ

1 min
136


ସୁମନ ମନ ଦେଇ ତୁ ଶୁଣ ,

ବୁଝାଇ କହୁଛି ତତ୍ୱ ଜ୍ଞାନ ।

ସ୍ୱର ତତ୍ୱ ଜ୍ଞାନ ଯାକୁ କହି ,

ଶରୀର ମଧ୍ୟରେ ଚଳୁ ଥାଇ ।

ବାମରେ ପୁଣି ଦକ୍ଷିଣେ ହୋଇ ,

ଯିବା ଆସିବା ଯେ କରୁଥାଇ ।

ସୂର୍ଯ୍ୟ ଘରେ ଯେବେ ପଶୁଥାଏ

ଚନ୍ଦ୍ର ଘରୁ ସେ, ବାହାର ହୁଏ ।

ଏକୋଇଶ ସଶ୍ର ଛଶ ଥର ,

ଷାଠିଏ ଦଣ୍ଡେ ଚଳେ ଅହରହ ।

ସୂର୍ଯ୍ୟେ ଚଳିଲେ ଉତ୍ତାପ ଦିଏ ,

ଚନ୍ଦ୍ରରେ ଶୀତଳ ସେ ବର୍ଷୁ ଥାଏ ।

ଶୁଭ କର୍ମ ମାନ ଯେବେ କରିବ ,

ଚନ୍ଦ୍ର ଘରେ ସ୍ୱର ଚଳାଉଥିବ ।

ସୂର୍ଯ୍ୟ ଘରେ ସ୍ୱର ଯେବେ ଚଳିବ

କ୍ଷୀଣ କର୍ମ ମାନ ତେବେ କରିବ ।

ଭୋଜନ, ମୈଥୁନ ,ସୂର୍ଯ୍ୟରେ କର ,

ମନନ ,ପୂଜନ ,ଚନ୍ଦ୍ରରେ ଧର ।

ସୁସମ୍ନା ନାଢ଼ି କୁ ପ୍ରେମିକ କହି ,

ମଧ୍ୟ ଭାଗରେ ଯେ, ସେ ଚଳୁଥାଇ ।

ସେହି ସମୟେ ଯେ ନିଷ୍ପତ୍ତି ନେବ ,

ଅବଶ୍ୟ ଫଳିବ ନେଶ୍ଚେ ଜାଣିବ ।

ଜଗିଥିଲେ ପ୍ରେମେ ପ୍ରେମିକ ହୋଇ ,

ସୂର୍ଯ୍ୟ, ଚନ୍ଦ୍ର ତାକୁ ଶାହା ହୁଅଇ ।



Rate this content
Log in