Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ଜୀବନ ସାର୍ଥକ ହେବ

ଜୀବନ ସାର୍ଥକ ହେବ

1 min
359


ଯେଉଁ ସମୟରେ ପାଠ ପଢ଼ୁଥିଲି    

    ସାଙ୍ଗ ସାଥି ସଙ୍ଗେ ଖେଲୁଥିଲି   

ଚିନ୍ତାଶୂନ୍ୟ ଓ ଦାଇତ୍ୱବିନା

        ଖେଳି ବୁଲି ଖୁସି ହେଉଥିଲି ।


ବାପା ମା ମୋତେ ବାହାକରିଦେଇ

         ନିଜର ଦାଇତ୍ୱ ସାରିଦେଲେ

ବୋଝ ବୋଲି ଭାବି କନ୍ୟାଦାନ କରି

         ସଂସାର ମାୟାରେ ଛନ୍ଦିଦେଲେ ।


ଦୁନିଆଟା କଣ ଜାଣିବା ପୂର୍ବରୁ

           ମାଆ ର ଦାଇତ୍ୱ ପାଇଗଲି

ଚାରୋଟି ସନ୍ତାନ ମାଆ ହୋଇ ମୁଁ ଯେ

            ବଞ୍ଚିଲି ହୋଇ କିଲିବିଲି ।


ସଂସାର ମୋର କେମିତି ଚାଲିବ

         ସେଇ ଚିନ୍ତାରେ ମୁଁ ପଡ଼ିଗଲି

କେମିତି ମୁଠାଟେ ମୋ ପିଲା ଖାଇବେ

           ଚିନ୍ତା କରି କରି ଝଡ଼ିଗଲି ।


ମଦୁଆ ସ୍ୱମୀଟା କିଛି ବୁଝୁନାହିଁ

         ସଂସାର କେମିତି ଚାଲିବ

ଶାଶୂ ଶଶୁର ବା କଣ କରିବେ

         ସେମାନେ ନିହାତି ଗରିବ ।


ଜଗତର ନାଥ ଆହେ ଜଗନ୍ନାଥ

           ମୋ ପ୍ରତି ଦୟାକରିବ

ମୋତେ ପଛେ ତୁମେ ମାରିନେଇଜାଅ

       ମୋ ସନ୍ତାନକୁ ବଞ୍ଚେଇ ରଖିବ ।


ଏଇ ଦୁନିଆର ବାପା ମାଆ ମାନଙ୍କୁ

            ଏତିକି ମୁଁ ଅଳି କରୁଛି

କମ ବୟସରେ ଝିଅ ବାହାକର ନାହିଁ

           ତୁମ ଗୋଡ଼ ହାତ ଧରୁଛି ।


ପାଠ ପଢେଇ ଶିକ୍ଷିତ କରିଲେ

           ଝିଅ ସୁଖରେ ରହିବ

ଝିଅ ତୁମର ସୁଖରେ ରହିଲେ

        ତୁମ ଜୀବନ ସାର୍ଥକ ହୋଇବ ।


Rate this content
Log in