ଆମ ଉତ୍କଳ
ଆମ ଉତ୍କଳ
ଉତ୍କଳର ଭୂଇଁ ଡାକୁଛିରେ ଆଜି
ମଧୁବାବୁ ଥରେ ଆସ,
ରୁଧ୍ର ଶୃଗାଳ ମଣିଷ ସାଜିଛି
ସ୍ୱାର୍ଥରେ ସିଏ ବଶ ।
ସ୍ୱାଭିମାନ ଆଜି ନାହିଁରେ କେଉଁଠି
ଗୋଡାଣିଆ ହେଲେ ଲୋକ,
ମାଆ ତ ଏଠି ଝିଅକୁ ବିକୁଛି
ସହି ପାରେନାହିଁ ଭୋକ ।
ଖଚମିଛ ଆଉ ସଲା ସୁତୁରାରେ
ମଣିଷ ହୋଇଛି ପାଜୀ,
ନିତୀ ଓ ଅନିତୀ ବୁଝେ ନାହିଁ କିଛି
ସହଂସା ସାଜିଛି ଆଜି ।
ଶାସନ ଚାଲିଛି ନାଆଁକୁ ସିନା ସେ
କାହା ପାଇଁ କିଏ ଭାବେ,
ଅରାଜକତା ଯେ, ବଢେ ଦିନକୁଦିନ
ଆତ୍ମାର ଡାକ ଶୁଭେ ।
ଲକ୍ଷ ପାଇକ ବଶ ଦେଖାଇ
ଲଢୁଥିଲେ ଜାତି ପାଇଁ,
ଶଠତା ଆଜି ଜନ ଜୀବନରେ
ପକାଇ ଦେଇଛି ଛାଇ ।