Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

କର୍ତ୍ତବ୍ୟନିଷ୍ଠ କଲମ

କର୍ତ୍ତବ୍ୟନିଷ୍ଠ କଲମ

1 min
13.8K



ରଚନା : ଶ୍ରୀ ରାଜଶେଖର ସି 'ଚିମା'


କର୍ତ୍ତବ୍ୟନିଷ୍ଠ କଲମଙ୍କୁ ସାଦର ପ୍ରଣାମ,

ଅବିରାମ ସାହାଯ୍ୟ କରି କବି ଲେଖକ ପତ୍ରକାରଙ୍କୁ ସର୍ବଦା ଦିଅନ୍ତି ସୁନିଶ୍ଚିତ ପରିଣାମ |


ସାହାଭରସା ଯିଏ ପ୍ରତି ବିଦ୍ୟାର୍ଥୀ ର ନିତିଦିନ,

ଲେଖନୀ ଦ୍ୱାରା ଛାତ୍ର ଛାତ୍ରୀଙ୍କର ଶୋଧନ କରନ୍ତି ଗୁରୁଜନ |


ଏହି ମାଧ୍ୟମ ରୁ ପ୍ରାପ୍ତି ହେଲା ମହାଭାରତ ରାମାୟଣ,

ଲେଖନୀ ଯୋଗୁଁ ଚିରକାଳ ରହିଲେ ବେଦଶାସ୍ତ୍ର ଭାଗବତ ପୁରାଣ |


ଲେଖି ପାରୁଚୁ ଭିନ୍ନ ବିଭିନ୍ନ ଭାଷାଙ୍କର ଅଭିନ୍ନ ଲିପି,

ଯାହା ବିନା ସମସ୍ତ ମନୋଭାବାନାଙ୍କୁ ଛପା ହେବନି କଦାପି |


ଯିଏ ପ୍ରିୟତମ ପ୍ରିୟତମାଙ୍କ ପ୍ରେମପତ୍ର ର ପ୍ରୀତିକର ମିତ୍ର,

ଅନର୍ଗଳ ଅଭିବ୍ୟକ୍ତ ଅନୁରାଗ କୁ ଅନୁଭବ କରିବାର ପାଇଛି ପ୍ରଧାନପାତ୍ର |


କଲମ ରୁ କବି ଦେଇ ପାରନ୍ତି ନିଜ କଳମନାମ,

ବର୍ଷ ବର୍ଷ ପରେ ବିଦ୍ୟମାନ ରୁହେ ତାଙ୍କର ଏହି ନାମ |


କଲମ ବିନା ଅଚଳ ହେବ ରାଜନୀତି ପ୍ରଜାତନ୍ତ୍ର ପ୍ରଶାସନ,

ଲେଖନୀ ର ଅଲୌକିକ ସୃଜନଶକ୍ତିରୁ ମହାମନ୍ତ୍ରୀ ମହାରାଜ କରନ୍ତି ସୁଶାସନ |


ଯେଉଁଠି ପହଞ୍ଚି ପାରେନି ରବି,

କଲମ ଦ୍ୱାରା କାଳ୍ପନିକ ସ୍ଥାନକୁ ପହଞ୍ଚେ କବି |


ରାଜାଧିରାଜ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ରେ ଲେଖିଲେ କରଣ ମାନେ ମାଦଳା ପାଞ୍ଜି,

ଓଜସ୍ବୀ ଓଡ଼ିଆ ର ଶାସ୍ତ୍ରୀୟ ମାନ୍ୟତା ହେତୁ ଯେ ଅମୁଲ୍ୟ ପୁଞ୍ଜି |


କଲମ ଦ୍ୱାରା ସଂଯୋଡ଼ି ହୁଏ ଭୁତ ଭବିଷ୍ୟତ ବର୍ତ୍ତମାନ,

ସମସ୍ତ ପୀଢ଼ୀଙ୍କ ଜ୍ଞାନ ବିଜ୍ଞାନ ପାଇଁ ଯାହା ମାଁ ବାଗ୍ଦେବୀଙ୍କ ବରଦାନ |


Rate this content
Log in