Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ଝରା ଶେଫାଳି

ଝରା ଶେଫାଳି

2 mins
271



ତୁମେ ଖୋଜିଚାଲିଥିଲ ମୋତେ

ଏପାରି ରୁ ସେପାରି

ପାଗଳ ମଧୂକର ସାଜି ..

ଆଉ ମୁଁ ..??

ଚୁପ୍‌ଚାପ୍ ଚାଲିଯାଉଥିଲି

ତୁମ ସମୀପରେ ନହୁଲି ସମୀରଣ ପରି

ତୁମ ହୃଦୟ ରେ ବାଜି ..

କିନ୍ତୁ ..

ତୁମେ ଖୋଜିଚାଲିଥିଲ ମୋତେ

ମୋ ବନ୍ଧନ -ମୋ ପ୍ରେମ -ମୋ ସଙ୍ଗ

ମୋ ସାନ୍ନିଧ୍ୟ -ମୋ ସ୍ପର୍ଶ -ମୋ ରଙ୍ଗ

ଆଉ ମୁଁ ..

ଥିଲି ତହିଁ ..

ଅନ୍ଧକାର ର ମେଞ୍ଚା ମେଞ୍ଚା ଗାଢ ରଙ୍ଗ ହୋଇ ..

ତାରା ଫୁଲ ଆଲୋକେ ଆଲିଙ୍ଗନ ପାଇ ..

ତଥାପି ତୁମେ ଖୋଜିଚାଲିଥିଲ..

ରୋକିବାର ନା ହିଁ ଧରୁ ନ ଥିଲ..

ଠିକ ଚିରସ୍ରୋତା ନଇ ଟେ ପରି ..

ରଣାଙ୍ଗନେ ବୀର ଯୋଦ୍ଧା ଟେ ପରି ..

ପାଗଳ ପ୍ରେମୀ ଟେ ପରି..

ଅଥୟ ଉର୍ମି ଟେ ପରି ..

ବିହ୍ଵଳ କବି ଟେ ପରି ...

ଉଦିତ ରବି ଟେ ପରି ...

ଅବୋଧ ଶିଶୁ ଟେ ପରି...

ଅଘୋରୀ ଯୋଗୀ ଟେ ପରି ...

ଖୋଜିଚାଲିଥିଲ ବାରମ୍ବାର...

ତୁମ ନିଷ୍ଠା ଆଉ ନିସ୍କପଟତା

ମୋତେ ନିସ୍ତେଜ ଆଉ ମୋ ଜିଦ୍ କୁ ନିସ୍କ୍ରିୟ କଲା..

ନିହାତି ତୁମ ସଙ୍ଗେ ସହଚର ହେଇ

ନିର୍ବାଣ ନେବା ର କାମନା

ମୋ ନିସ୍କାମ ଚିତ୍ତ କୁ ସ୍ପନ୍ଦନ ଦେଲା ..


ବାସ୍ ମୁଁ ଦୌଡିଲି ...

ଏ ଗଳି ରୁ ସେ ଗଳି -ଏ ପୁର ରୁ ସେ ପୁର

ତୁମ ଜନପଥ -ବନ -ନଗର ..

ହେଲେ ପାଇଲିନି କାହିଁ ଠିକଣା ତୁମର..

ତୁମ ଅସ୍ଥାୟୀ ମନ ର ..

ତୁମ ପବିତ୍ର ଆତ୍ମା ର ..

ତୁମ ଶୀତଳ ପିଣ୍ଡ ର..

ବୋଧେ ନିୟତି ବି ନିଇତି ନୂତନ ଖେଳ ରଚୁଥିଲା

କେବେ ଆମର -କେବେ ତୁମ ର

କେବେ ମୋର ଆଉ କେବେ ଆଉ କାହାର ..

ବାଃ ..ବିଚିତ୍ର ସେ ସୁତ୍ରଧର ...


ରାଧାରାଣୀ ସଂଗେ ଅପ୍ରାପ୍ତି ଅନଳ ଜାଳୁଥିଲା ବୋଲି

ମୋ ମିଳନ ବୋଧେ ସହିନଥିଲା

ସେଲାଗିତ ..

ନିଶା ରେ ରୂପ ରଂଗ ଦେଇ ମାଟି କଣ୍ଢେଇ ସଜେଇ

ନୂଆ ସକାଳ ଆଗରୁ

ନିଜେ ନିଜ କୃତି ଭାଙ୍ଗିଦେଉଥିଲା ..

ଅବେଳ ରେ ...ଅଗୋଚ ରେ ...


×-×-×-×-×-×-×-×-×-×-×-×


ଶିବ ଚରଣ ମହାପାତ୍ର

ଚକ୍ରଧରପୁର

ଜିଲ୍ଲା -କେନ୍ଦୁଝର


Rate this content
Log in