Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Fantasy Others

5.0  

ପ୍ରଶାନ୍ତ କୁମାର ବେହେରା

Fantasy Others

ବଦଳି ଯାଇଛି ମୋ ଗାଆଁ

ବଦଳି ଯାଇଛି ମୋ ଗାଆଁ

1 min
10.2K


ସମୟ ଯାଇଛି ବଦଳି

ତା ସହିତ ତାଳ ଦେଇ

ଦୃତ ଗତିରେ ବଦଳୁଛି

ଏଇ ମଣିଷ ଜୀବନର ସଂଜ୍ଞା

ଆଉ ଆମ ଗାଆଁର ଚିତ୍ର ।

କେତେ ତଫାତ୍ ସତରେ

ସେଦିନ ଆଉ ଆଜିର ଭିତରେ ?

ଏବେ ତ ମଣିଷର

ପାରମ୍ପରିକ ସମ୍ପର୍କର

ରଜ୍ଜୁ ସବୁ ଗଲାଣି ଛିଡି,

ସମସ୍ତ ସାମାଜିକ ବଂଧନ

ଗଲାଣି ଭାଙ୍ଗି ।

ସ୍ଵାର୍ଥପରତାକୁ ସମସ୍ତେ

ଏବେ କରି ନିଜର

ଗାଆଁରେ ଥିବା ପୂର୍ବର

ସେଇ ଭାଇଚାରା ସହ

ସ୍ନେହ ପ୍ରେମ ଭଲପାଇବା

ସବୁ ଆସ୍ତେ ଆସ୍ତେ

ପାଇଲାଣି ଲୋପ ।

ଯୌଥ ପରିବାର ସବୁ

ଭାଙ୍ଗିଭୁଙ୍ଗି ଏବେ ଅବକ୍ଷୟମୁଖୀ

ପରିବାର କହିଲେ ଏବେ

ବୁଝାଉଛି କେବଳ କ୍ଷୁଦ୍ର

ଏକକ ପରିବାର ମାତ୍ର ।

ଗୋଧୂଳି ସମୟରେ

ଦେଖା ଯାଉନି ଆଉ

ଗାଆଁ ଦାଣ୍ତରେ ଗୋରୁ ଗାଈଙ୍କ

ପୂର୍ବର ସେଇ ଭିଡ ।

ବଳଦଗାଡ଼ି ସହ ହଳ ଲଙ୍ଗଳ

ଆଦି ଚିଜ ଦେଖିବା

ହେଲାଣି ସତ ସପନ,

ଗାଆଁ ପୋଖରୀ ତୁଠ

ଏବେ ପୋତି ହୋଇ

ଝୁରୁଛୁ ତା ପୂର୍ବ ଅତୀତ ଗୌରବ ।

ସଂଧା ହେଲେ ଘର ସାମ୍ନାରେ

ଥିବା ତୁଳସୀ ଚଉରା ମୂଳେ,

ଆଗର ସେ ଝିଅ ବୋହୂଙ୍କ

ଭିଡ ଅଦୌ ଜମୁନାହିଁ ।

ଗାଆଁ ଭାଗବତ ଟୁଙ୍ଗୀରେ

ଆଜିଜାଲି ପୁରାଣ ଭାଗବତ

ପଢା ହେଉନାହିଁ ।

ଏବେ ପାଲଟି ଯାଇଛି

ତାହା ନିଶାଡିଙ୍କ ଆଡ୍ଡା ।

ପର୍ବ ପର୍ବାଣୀରେ ଆଉ

ବନ୍ଧୁ ବାନ୍ଧବଙ୍କୁ ବି

କେହି ଲୋଡୁନାହିଁ ।

ଅଧୁନିକତାକୁ କରି ନିଜର

ସମସ୍ତେ ଏବେ ଗାଆଁ ଛାଡି

ସହର ମୁଖି ନିଶାରେ

ହୋଇଛନ୍ତି ମସ୍ତ ।

ଗାଆଁରେ ଏବେ ରହିଥିବା

କିଛି ଅସହାୟ ମଣିଷ

ଖୁବ୍ ସୁଖ ଶାନ୍ତିରେ ଥିବାର

ସୁନ୍ଦର ଭର୍ ପୁର୍

ଅଭିନୟ କରିବାରେ ବ୍ୟସ୍ତ ।


ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Fantasy