Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ହେ ଜୋଛନା ! ତୁମେ

ହେ ଜୋଛନା ! ତୁମେ

1 min
6.8K


ହେ ଜୋଛନା ! ତୁମେ

 

ଆଭାକାନ୍ତ ମହାନ୍ତି

 

ହେ ଜୋଛନା ! ତୁମେ ଚାଲିଗଲା ପରେ

       ଉଆଁସ ଆସିଛି ନଇଁ,

ତୁମକୁ ଛୁଇଁଛି ବୋଲି ଏଇ ମନ

       ଆମକୁ ପାରୁନି ଛୁଇଁ । ୦ ।

 

ସବୁଜ କ୍ଷେତ ଗୋ ସାହାରା ସାଜିଲା

       ବିଳପେ ଚକୋର ମନ,

ତୁମେ କୁହ ସଖୀ ! ମମତା ଅନ୍ତରେ

       ଏ କି ପ୍ରେମ ମୂଲ୍ୟାଙ୍କନ,

ସେଦିନ ପରି ବି ଲୁହେ ଲହୁ ଦେଇ

       କବିତା ଲେଖୁଛି କଇଁ । ୧ ।

 

ବଗିଚାରେ ମୋର ଫୁଟୁନି ଆଉ ଗୋ

       ସେଦିନର ଫୁଲକଢ଼,

ଜୀବନ-ବେଳାରେ ବହୁଛି ସଜୋରେ

       ଆଜି ଅଦିନିଆ ଝଡ଼,

ଛିଡ଼ିଛି ତାର ଯେ ବେହେଲାରୁ ମୋର

          ମୂର୍ଚ୍ଛନା ତ ଆଉ ନାହିଁ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in