ଇତିହାସର ଆରପାଖେ
ଇତିହାସର ଆରପାଖେ
ଆଜିକୁ
ଠିକ୍ କୋଟିଏ ବର୍ଷ ପୂର୍ବରୁ
ପ୍ରାଗ୍ ଐତିହାସିକ ଯୁଗ ବା
ମେସୋପଟାମିଆ ସଭ୍ୟତା ଆଗରୁ
ପିରାମିଡ୍ ବା ମମିରୁ
ହଠାତ୍ ଦିନେ
ମୁଁ ମିଳିଥିଲି ।।।
ଭଙ୍ଗା ମାଟି ଗହଣା
ପଥର କବଚ
ଆଉ ଅଣ୍ଟାରେ ବନ୍ଧା ଥିଲା
ଲୁହାଠୁ ଆଉ ଗୋଟେ
ମଜଭୁତ ଜଞ୍ଜିର
ଗୋଡରେ ଘୋଡା ନାଲ
ଅନାବୃତ୍ତରୁ ଆବରଣ
ପୁଣି ଆବରଣ ଅନାବୃତ୍ତ ଯାଏ,
ମୁଁ ସେହି ସ୍ଥିର ମୁଦ୍ରା
ଇତିହାସ ଛାତିରେ,,,
ଭାରି ଅସଙ୍ଗତ ସେ
ଗୀତ ଓ ଗାୟନ
କେଜାଣି କିଏ ସୃଷ୍ଟି କରି ତାକୁ
ପାରମ୍ପରିକ କରିଦେଲା,,
ଭାରି ଅସହ୍ୟ ଅଶ୍ଳୀଳ
ସେ ଶ୍ଵାସ
ସ୍ତୁପରୁ ସ୍ଥପତ୍ତି ଯାଏ
କେଜାଣି କିଏ ତାକୁ
ବିଶ୍ଵାସ ଘର
ଇଶାଣରେ ଥାପିଲା,
ଛି” ହୁଏନି କି ଛୁଇଁ
ଭଗ୍ନ ଦେଉଳେ
ନିସଙ୍ଗ ମୁହୂର୍ତ୍ତ,
ଏବେ ତ ଆଉ ଦେହ ନାହିଁ
ଖାଲି ଯା'ଦେହାବଶେଷ,,,।
ନର୍ମଦା ସାହୁ
ଖାଙ୍କରପୁର,ପରାହାଟ
ବାଲିକୁଦା,ଜଗତସିଂହପୁର