Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଘର

ଘର

1 min
13.3K


କାନ୍ଥ ଛପର       ଥାଇ ଦୁଆର 

ବଖରା ଦୁଇ ଚାରି

ସେ କି ଆମର     ବୋଲାଏ ଘର

ମେଳ ବିନୁ କାହାରି ?

ଝାଟି ମାଟିର       କୁଡିଆ ଘର

ଥାଉ ସେ ପଛେ ଭଲେ

ହସଖୁସିରେ       ମିଳିମିଶିରେ

ଜୀବନ ସିନା ଚଳେ ।

ମମତା ଭରା       ବନ୍ଧନ ସାରା

ଯାହାର ପରିବାର

ମନ୍ଦିର ସମ      ଭାବ ଓ ପ୍ରେମ

ସହିତେ ସେହି ସାର ।

କଳହ ଯହିଁ        ନଥାଏ ତହିଁ

ପ୍ରେମର ଧାରା ଥାଏ

ସୁଖ ସାଗର     ଅଟେ ସେ ଘର

ପରାଣ ଥିବା ଯାଏ ।

ଭାଇ ଭଉଣୀ      ସରାଗ ପୁଣି

କକା ଖୁଡୀଙ୍କ ତୁଲେ

ଜେଜେମା ଗପ      ଶୁଣି ଅଳପ

ଜେଜେଙ୍କ ସହ ବୁଲେ ।

ମାମୁଁ ଓ ମାଇଁ     କି ଅଜା ଆଈ

ଶୁଭ ଆଶିଷ ଦେଇ

ପାଖକୁ ଆସି      ହସାନ୍ତି ବେଶି

ଡିଆଁଇ ଥେଇ ଥେଇ ।

ପୀଡନ ସହି    ରୋଗରେ କେହି

ପଡିଲେ ପାଏ ସେବା

କେତେ ଦରବ      ପୂଜା ପରବ

ହୋଇଲେ ଦେବା ନେବା ।

ଭିକ ମୁଠାଏ      ପାଣି ମୁନ୍ଦାଏ

ଭିକାରୀ ଯହୁଁ ପାଏ

କି ଭରପୂର      ସେହି ସଂସାର

ଭାବଟେ ଯଦି ଥାଏ ।

ବଡଙ୍କ ଭକ୍ତି      ବଳରେ ଶକ୍ତି

ଆଦର ପାଏ ସାନ

ସେ ଜନ୍ମ ଦାତା    ପିତା ଓ ମାତା

ଦେବତା ବୋଲି ଜାଣ ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational