ଜୀବନ ଗୀତା-୨୭୫
ଜୀବନ ଗୀତା-୨୭୫
1 min
151
ଜୀବନ ଓ ମହାକାଳ
ଅଙ୍ଗାଙ୍ଗୀ ଭାବେ ଜଡିତ
ଆବହମାନ କାଳରୁ
ସଂବନ୍ଧ କାଳ ସହିତ ॥୦॥
କାଳର ଗତି ସହିତ ସଦା
ଚାଲୁଅଛି ପାଦ ମିଶାଇ
ଜୀବନର କେତେ ମୁଖଶାଳା
ମନ୍ଦିର ଗଲାଣି ମିଳାଇ
ତଥାପି ମାଡି ଚାଲିଛି
ଜୀବନ ଭୁଲି ଅତୀତ ॥୧॥
କାଳ କାହାରିକୁ କରେନାହିଁ
ମୁହୂର୍ତ୍ତଟିଏ ବି ଅପେକ୍ଷା
ଜୀବନର ନେଉଥାଏ ନିତି
ମହାକାଳ କେତେ ପରୀକ୍ଷା
କେବେ ଜୀବନ ଉତ୍ତୀର୍ଣ୍ଣ
କେବେପୁଣି ସେ ପତିତ ॥୨॥