Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

କାରଗିଲ ବିଜୟ ଦିବସ

କାରଗିଲ ବିଜୟ ଦିବସ

1 min
7.3K


ସିଂହ ଶାବକ କ୍ରୀଡନକ କରେ ଯେ ଦେଶ ଶିଶୁ ଭରତ

ବିଶ୍ଵେ ଉଡଇ ଜୈତ୍ର କେତନ ସେ ଦେଶ ନାମ ଭାରତ ।

ସୂର୍ଯ୍ୟବଂଶୀ ରାମ ଚନ୍ଦ୍ରବଂଶୀ ଭୀଷ୍ମ କର୍ଣ ପୁଣି ଅରଜୁନ

ହର୍ଷ ବିକ୍ରମ ଅଶୋକ ଶିବାଜୀ ପୃଥ୍ୱୀରାଜ ଚଉହାନ ।

ପଂଚଶୀଳ ନୀତି ଶାନ୍ତିପ୍ରିୟ ବିଶ୍ଵେ ବୃହତ୍ତମ ଗଣତନ୍ତ୍ର

ପଡୋଶୀ ସିଜିଛି ଆଜନ୍ମ ବଇରୀ ଆତଙ୍କବାଦୀ ସର୍କାର ।

ତସ୍କରଙ୍କ ପରି ବଂକର କରି ପାହାଡ ଉପର ପଟୁ

ମାଡି ଆସିଲେ ସେ ଦଖଲ କରିବେ କାର୍ଗିଲ ଘାଟିଟାକୁ ।

ସିଂହ ସଂଗରେ ଶୃଗାଳ ଶାବକ ଲଢି ଜିତିଛି କି ଯୁଦ୍ଧ !

ଲୁଚିଛପି ତମେ ପଶି କରିଥାନ୍ତ ପଛପଟୁ କୃଶବିଦ୍ଧ ।

ବିଯୁକ୍ତ ତାପରେ ଘନ ଅନ୍ଧକାରେ ବୋଫର୍ସ କମାଣ କାନ୍ଧେ

ଶତୃ ଉପରେ ସହଜ ସ୍ଥିତିରେ ବଂକରରୁ ଗୁଳି ବିନ୍ଧେ ।

ଷାଠିଏ ଦିନର ତ୍ୟାଗ ସୈନିକର ଯାଇଥାଆନ୍ତା କି ବ୍ୟର୍ଥ !

ଆତ୍ମବଳି ଦେଇ ଯବାନ ଆମର ପୂର୍ଣକଲେ ମନୋରଥ ।

ଧ୍ୱଂସ କରିଲେ ପାକ୍ ବଂକରକୁ ଗୋଟିକ ପରେ ଆରେକ

ଗୋଡାଇ ମାରିଲେ ଜବାନ ଆମର ପଳାଇଲେ ଶତୃ ସୈନିକ ।

ପୋଖରାନ ଅଣୁ ପରୀକ୍ଷା ନାୟକ ଅଟଳ ବିହାରୀ ଆମ

'ଧୈର୍ୟ୍ଯ ଧରିଲେ କିବା ଅସମ୍ଭବ' ପ୍ରମାଣିତ କଲେ କାମ ।

ମୂଷା ପରି ମୁଶାରଫ ପଳାଇଲା ନାଗ ସାପ ଭାରତୀୟ

ଜୟ ଜବାନ୍ ଜୟ କିଶାନ୍ ଆମର ଦେଶେ ଦିଅ ବରାଭୟ ।

ଅନେଶତ ଛବିଶ୍ ଜୁଲାଇଟି ପାଳୁ ବିଜୟ ଦିବସ ଆମେ

ମନେ ରଖ ଶତୃ ଅପଚେଷ୍ଟା କଲେ ଦେଖାଇବୁ ଆମେ କାମେ ।


Rate this content
Log in