ଜୀବନ ଗୀତା- ୧୮୧
ଜୀବନ ଗୀତା- ୧୮୧
1 min
6.9K
ଜୀବନ ଗୀତା- ୧୮୧
(ଗାୟିକା ନମିତା ଅଗ୍ରଓ୍ୱାଲଙ୍କୁ ସମର୍ପିତ)
ଜୀବନର ନଈ ଯାଉଥାଏ ବହି
କୁଳୁକୁଳୁ ଗୀତ ଗାଇ
ଗତିପଥେ ତାର ବାଧା ତ ଅନେକ
ଧାଇଁବା ବିରତ ନାହିଁ ॥୦॥
ଚାଲୁଚାଲୁ କେତେ ନୂଆନୂଆ ଜାଗା
ମୋହିନିଏ ମନ ତାର
କେବେକେବେ ପୁଣି ବାଧାହୋଇ ଠିଆ
ସାମ୍ନାରେ ବଡ ପଥର
ବୁଲେଇ ବଙ୍କେଇ ବହିଯାଏ ସିନା
ସେଇଠି ଥମି ନଯାଇ ॥୧॥
ଧାଉଁଧାଉଁ ଶେଷେ ମିଳିଯାଏ ଲକ୍ଷ୍ୟ
ଶୁଭେ ଡାକ ସାଗରର
ଅପୂର୍ବ ଉଲ୍ଲାସେ ଧାଇଁଯାଇ ମିଶେ
ଭୁଲି ସବୁ ବ୍ୟଥା ତା'ର
ନିଜକୁ ହଜେଇ ସାଗର ଗରଭେ
ନିର୍ବାଣ ଯାଏ ସେ ପାଇ ॥୨॥