ଷ୍ଟୁଡେଣ୍ଟ ସମୟ
ଷ୍ଟୁଡେଣ୍ଟ ସମୟ
1 min
6.6K
ପାଠ ପଢିବାକୁ ଇଚ୍ଛା ଅଛି ଯଦି
କରନାହିଁ ଜମା ମସ୍ତି
କିଛି ଦିନ ପାଇଁ ଛାଡ଼ିଦିଅ ସବୁ
ସାଙ୍ଗ ସାଥି ଆଉ ଦୋସ୍ତି ।।
ଷ୍ଟୁଡେଣ୍ଟ ସମୟ ବହୁ ମୂଲ୍ୟବାନ
ଗଢ଼ିବାକୁ କ୍ୟାରିଅର
ମଜାମସ୍ତି କରି ଏହି ସମୟକୁ
କରନାହିଁ ଛାରଖାର ।।
ମସ୍ତି କରିବାକୁ ସମୟ ଯାଇନି
ଜୀବନ ପଡିଛି ବାକି
ଏତିକ ସମୟ ପାଠକୁ ହିଁ ଦିଅ
ମସ୍ତିକୁ ଟିକିଏ ରୋକି ।।
ଲକ୍ଷ୍ୟକୁ ସର୍ବଦା ଆଖିରେ ରଖି
ପଢିଚାଲ ଖାଲି ପାଠ
ଦିନେ ନା ଦିନେ ତ ନିଶ୍ଚିତ ଖୋଲିବ
ସଫଳତାର ସେ ବାଟ ।।