Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

3  

Sadananda Sahoo

Romance

ସ୍ୱପ୍ନ

ସ୍ୱପ୍ନ

1 min
7.0K


ସ୍ଵପ୍ନ ହଜିଗଲା ସ୍ୱପ୍ନ ଦୁନିଆଁରେ

ଆଖି ଭିଜି ଗଲା ଲୁହେ ;

ପ୍ରିୟା ହଜିଗଲା ପ୍ରେମ ରାଇଜରେ

ଅକୁହା କଥା ମୁଁ କୁହେ !!

ପ୍ରେମ ହଜିଗଲା ବିରହ କୋପରେ

ହଉଛି ମୁଁ ଖାଲି ଝୁରି ;

ଏ ବିରହ ପ୍ରକୋପ ହୃଦୟର କୋହ

ଆ "ପ୍ରିୟା ମୋର ଫେରି !!

ପ୍ରେମ ଭାବ ଆଉ ନାହିଁ ମୋ ମନରେ

କରିବାକୁ ନୂଆ ପ୍ରେମ ;

ମୋ ହୃଦୟ ଭିତରେ ରହିଛୁ ସତରେ

ମୋ ମନରେ ନାହିଁ ଭ୍ରମ !!

ସପନ ନିଦରେ ତୁ ଆସୁ ଧୀରେ

ଶୋଇବା ଶେଯ କୁ ମୋର ;

ରାତି ଉଜାଗରେ ପ୍ରେମ ପରଶରେ

ଢାଳି ଯାଉ ପ୍ରେମ ନୀର !!

ନିବିଡ଼ ସମ୍ପର୍କ ଏ ଭାବ ବନ୍ଧନ

କେମିତି ଭୁଲିଲୁ ପ୍ରିୟା ;

ତୁ ପରା ମୋର ପ୍ରେମ ଉପହାର

ମୋ ହୃଦୟେ ଲାଗିଛି ନିଆଁ !!

ଏ ପ୍ରେମର କହାଣୀ ଲିଭି ତ ଯିବନି

ବଞ୍ଚିଥିବା ଯାଏ ମୁଁ ହିଁ ;

କହ ସୁନାଗୋରୀ ଆସିବୁ କି ଫେରି

ତୋ'ପ୍ରେମକୁ ଦେବିନି ଦ୍ୱାହି !!

ସଦାନନ୍ଦ ସାହୁ ; ଧୁରୁଷୀଆ ; କଟକ


Rate this content
Log in

Similar oriya poem from Romance