Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others Romance

3  

Writer Roja Panda

Others Romance

ପ୍ରେମର ଆଲୋକ

ପ୍ରେମର ଆଲୋକ

1 min
7.3K


ଅବୁଝା ମନରେ ପ୍ରଥମ ବିଶ୍ଵାସ

ଭରି ଦେଇଅଛି ଯିଏ ,

ମନର ଆବେଗ ନକହିବା ଆଗୁ

ଆପେ ଯିଏ ବୁଝିଯାଏ ।

ଫୁଟିଗଲେ କଣ୍ଟା ପାଦରେ ମୋହର

କଷ୍ଟ ହୁଏ ଜାର ଛାତିକୁ,

ସହିଯାଏ ବିନା ଦ୍ଵିଧାରେ ତ ଯିଏ

ମୋର ପ୍ରତି ଅଳି ଅର୍ଦ୍ଦଳୀକୁ ।

ବିଚିତ୍ର ଲୀଳା ଏ ଈଶ୍ଵରଙ୍କର,

ସାତ ଜନ୍ମ ପାଇଁ ବାନ୍ଧିଦେଲେ ସିଏ

ସାଥି ସଙ୍ଗେ ମୋର ପବିତ୍ର ଡୋର ।

ଜୀବନଟା ଥିଲା ମୋର

ସାଧା ଏକ କାଗଜ,

ବୋଳି ଦେଲା ଯିଏ ଆସି

ରଙ୍ଗ ବେରଙ୍ଗର ମୁରୁଜ ।

ହୃଦୟ ଯାହାର ଦେବତା ତୁଲ୍ୟ ,

ସ୍ନେହ,ପ୍ରେମ ଭରା କଥା ତାହାର

ମୋ ପାଇଁ ସାଜିଛି ଅମୂଲ୍ୟ ମୂଲ୍ୟ ।

ନଲିଭୁ ନଲିଭୁ କେବେ ଆମ

ସମ୍ପର୍କର ପ୍ରଜ୍ଵଳିତ ଦ୍ଵୀପ ,

ଜଳୁଥାଉ ଚିରକାଳ

ସାଜି ଏକ ପ୍ରେମର ଆଲୋକ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ ,ନେତାଜୀ ନଗର,ମଧୁପାଟଣା,

କଟକ-୭୫୩୦୧୦


Rate this content
Log in