Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମରି ପ୍ରେମରେ
ତୁମରି ପ୍ରେମରେ
★★★★★

© Prasant Kumar Nath

Romance

1 Minutes   6.7K    1


Content Ranking

ନିଜକୁ ଆଜିମୁଁ ହଜେଇ ଦେଇଛି

ତୁମରି ପ୍ରେମରେ

ତୁମରି ଛବିକୁ ଆଙ୍କୁଅଛି ନୀତି

ମନ ଆଇନାରେ ।

ସବୁ ଦିନ ମୋର ବିତି ଯାଉଅଛି

ତୁମ ଭବନରେ

ସବୁ ରାତି ମୋର କଟି ଯାଉଅଛି

ତୁମ ସପନରେ ।

ତୁମ ସାଥେ ମୁହିଁ କଥା ହେଉଅଛି

ଆଖି ଇସାରାରେ

ଗୁଣୁ ଗୁଣୁ ହୋଇ ଗୀତ ଗାଉଅଛି

କେତେ ବେସୁରାରେ ।

ତୁମେତ ଆସୁଛ ଭାବନାକୁ ନେଇ

ସକାଳ ସଞ୍ଜରେ

ତୁମେ ଯେ ରହିଛ ସାଥିରେ ମୋହର

ଆଖି ପଲକରେ ।

ପ୍ରେମର ନଅର ତୋଳି ମୁ ସାରିଛି

ତୁମରି ସାଥିରେ

ନିଜକୁ ଆଜି ମୁ ହଜେଇ ଦେଇଛି

ତୁମରି ପ୍ରେମରେ ।

ତୁମରି ପ୍ରେମରେ ପ୍ରେମ ସକାଳ

Rate the content


Originality
Flow
Language
Cover design

Comments

Post


Some text some message..