ଜୀବନ ଗୀତା- ୩୫
ଜୀବନ ଗୀତା- ୩୫
1 min
6.8K
ଜୀବନ ଗୀତା
ଜୀବନ ବାଟରେ.......
ବାଟହୁଡା ବାଟୋଇ ମୁଁ ଅତିବ ଉଦାସ
ଚାଲିଚାଲି ପାଦ ମୋର ହେଲାଣି ଅବଶ ॥୦॥
କୁହୁକିନି ଏଇ ମାୟାର ସହର
ଭୁଲାଇଲା ମତେ ମୋ ଗାଁ ମାଟିଘର
ମାୟାବିନୀ ଜାଲେ ପଡି ହୁଏ ଛଟପଟ
ଭୁଲି ମୁଁ ଯାଇଛି ଆଜି ଫେରିବାର ବାଟ
ଗାଁ ଛାଡି, ଘର ଛାଡି ପାଇଲି କି ଯଶ ॥୧॥
ବାଜି ଜିତୁଜିତୁ ପଡିଗଲି ବଳି
ଜୀବନ ଯୁଦ୍ଧରେ ଯାଇଛି ମୁଁ ହାରି
ମରଣ ଦୁଆରେ ଏବେ ହୋଇଅଛି ଠିଆ
ନାହିଁ ପାଶେ ଜଣେ ହେଲେ ଲାଗେ ଏକୁଟିଆ
ସାଙ୍ଗହୀନ ରଙ୍ଗହୀନ ଜୀବନ ଉଦାସ ॥୨॥