Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

5.0  

Lalatendu Kabi

Others

ନବକବି

ନବକବି

1 min
13.4K


ନବଯୁଗେ ନବଭାବେ

ଜାଗ ନବକବି

ଶୁଦ୍ଧ ଭାଷା ଶୁଦ୍ଧ ଆଶା

ସରଜନା ଲାଗି .

ଯାଉ ପ୍ରଗଳ୍ଭ ପ୍ରଳାପ କର

ବିଶୁଦ୍ଧ ଆଳାପ ଆଶ୍ରା କର ସରସ୍ୱତୀ

ପବିତ୍ର ପୟରେ ମ୍ଳେଚ୍ଛୋଚିତ

ଅପଭାଷା ପଳାଉ ଭୟରେ .

ଉତ୍କଳଜନନୀଜାତ ସୁଯୋଗ୍ୟ ସନ୍ତାନ

ତେଜି ଗ୍ଳାନି ଅବସାଦ ତେଜି ଅଭିମାନ

ହେଜି କର୍ମ ଆବାହନ

ସ୍ଥିର ଚିତ୍ତେ କରି ଧ୍ୟାନ ଉତ୍କଳ

ଭାରତୀ ମଥା କର ଉତ୍ତୋଳିତ

ଏ ଭୂମି ଗାରିମା ହେଉ ଭୁବନବିଦିତ .

ଦେଶ କାଳ ଭାଷା ଜାତି ଭେଦ ଯାଇ ଭୁଲି

ସୁମିଷ୍ଟ ସାହିତ୍ୟ ପଢ

ରାତ୍ରିଦୀପ ଜାଳି

ନୀତି-ଧର୍ମ-ବାଣୀ ପାଠ କର

ନିତ୍ୟ ଅବିରତ ବିଶୁଦ୍ଧ ଭାବନା

ଦିଅ ଚୌଦିଗେ ପ୍ରସାରି

ଏ ଜଗତ ପୁଣ୍ୟପୂତ ହାସ୍ୟମୟ କରି .


Rate this content
Log in