Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Eli Mohanty

Others

2  

Eli Mohanty

Others

ଆରକ୍ଷଣ ୬

ଆରକ୍ଷଣ ୬

1 min
6.8K


ଏବେ ତୋତେ ସିଂହାସନରେ

ବସେଇ ତୋ ମୁଣ୍ଡ ଉପରେ

ଗୋଟିଏ ବାଳରେ

ଡେମୋକ୍ଲିସର ଖଣ୍ଡା ଝୁଲେଇ

ମୋର ତାଳି ମାରିବାର ସମୟ ।

ତୋ ଆଗରେ ମୁଁ କୁଢେଇ ଦେବି

ଶହ ଶହ ଯୋଜନାର ଦସ୍ତାବିଜ୍

ଗର୍ବରେ ତୋ ପଂଝା ଚିହ୍ନର

ମୋହର ମାରିବା ବେଳେ

ତୁ ବିଲକୁଲ ବୁଝିନଥିବୁ

ସବୁ ଯୋଜନାର ସ୍ୱର୍ଣ୍ଣଧାରରେ

କେତେ ଭାଗ ସୁନା

କେତେଭାଗ ଖାଦ ।

ମୁଁ ତୋତେ ମୂଳରୁ ଶିଖିବାକୁ ଦେବିନି

ଦୁଇରେ ଦୁଇର ମିଶାଣ

ଅଥଚ,

ତୁ ବିକାଶର ନକ୍ସା ଆଂକିବା ପାଇଁ

ଗଳା ଫଟେଇ ସଭାରେ ଦେବି

ଭାଷଣ

କଂକିର ପର ଛିଣ୍ଡେଇବା ବୟସରୁ

ତୁ ଶିଡି ଚଢିବା ଶିଖିବୁ

ପୁଣି ବେକରେ ଷ୍ଟେଥୋ ପକେଇ

ହାତରେ ସ୍କାଲପେଲ ଧରିଲେ

ଅପରେସନ ଟେବଲର ଅଧମରା କଂକି

ଦେଖି ଡରିବୁ

କହ-

ତୋର ସ୍ୱାଧୀକାର ପାଇଁ

ବସ, ମଟରରେ ନିଆଁ ଲଗେଇ

ରାସ୍ତାରେ ଟାୟାର ଜାଳିବା ବେଳେ

ମୁଁ ନାଚିବି କି ନାହିଁ ?

ତୁ ଶତକଡା ପଚିଶି ରଖି

ମୋର ଶତକଡା ଏକାନବେର

ଉତ୍ତର ଖାତାକୁ

ତୋର ବିଶି ଆଂଗୁଠିରେ ଆଲି ପରି

ଠୁଂକାମାରି

ଫୋପାଡି ଦେଇ ପାରୁ

ହେଲେ କାଳେ କାଳେ ଗୁରୁଦକ୍ଷିଣା

ମୋର ନୁହଁ,

ମୁଁ ମାଟିର ଦ୍ରୋଣ -

ତୋ ରକ୍ତାକ୍ତ ଡେଣାର...!!


Rate this content
Log in