Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
233



ଇଚ୍ଛା ହୁଏ କାହିଁ କେବେ 

ଛୁଇଁବାକୁ ନୀଳ ଆକାଶକୁ

ହାତ ବି ବଢାଏ ଏଣୁ

ତା ବିଶାଳତାରେ ହଜିଯିବାକୁ ।।


ହାତ ପାଉ ନାହିଁ ଜାଣି 

ପୁଣି କାହିଁ ଇଛା ହୁଏ

ସରଗକୁ ସିଡିଟିଏ ବାନ୍ଧି

ପହଂଚିବାକୁ ନୂଆ ଇଲାକାକୁ ।।


ଆଙ୍କିବାକୁ ଇଛା ହୁଏ 

ଆକାଶର କାନଭାସରେ 

ଇନ୍ଦ୍ରଧନୁର ସପ୍ତରଙ୍ଗ ନେଇ 

ବୁଣିବାକୁ କେତେ କଳ୍ପନାକୁ ।।


ଅଲାଦିନର କୁହୁକ ଶିଡିରେ

ଇଛା ପୁଣି ହୁଏ ମୋର 

ମାୟା,ମୋହ ,ବନ୍ଧନକୁ ଡେଇଁ

ସ୍ଵଛନ୍ଦରେ ଉଡ଼ିବାକୁ.. ପରୀ ରାଇଜକୁ ।।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର



Rate this content
Log in