ମଧୁଗୀତ
ମଧୁଗୀତ
ଛୁଅଁଇ ପାଦ ଯେବେ ଶୁନ୍ଯର ମାୟା
ମନେ ବହପେ ଯେବେ ନିଆଁର କାୟା,
ଜଳଇ ସୁର-ଧୂନି ଅନ୍ତର ଦେଶେ
ଲୟ ଥାପନା ହୁଏ ଖର ନିଃଶ୍ବାସେ ।
ନିଃଶ୍ଵାସ ବହେ ଯେବେ ଏକ ଲୟରେ
ଗୁପତ ଛନ୍ଦ ସେହୁ ପ୍ରକଟ କରେ,
ସୁର-ନିଆଁ, ଲଳିତ-ଲତା ହୁଅଇ
କ୍ଷଣକେ ଉଭା ଶୁନ୍ଯ ମଣ୍ଡଳେ ଯାଇ ।
ଫୁଟଇ ପୁଷ୍ପ ଏକ ସେ ଲତା ଡାଳେ
ମଉଳେ ନାହିଁ କେବେ କାଳର ଛଳେ,
ନାଭି ଦେଶରୁ ତାର ଝରଇ ମହୁ
ନିଜେ ହିଁ ପାନକରେ ତା ମୂହୁର୍ମୂହୁ ।
-ପ୍ରଭୁଦତ୍ତ ରଥ