Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ନଷ୍ଟ ପ୍ରଗତିର କଳାକାର

ନଷ୍ଟ ପ୍ରଗତିର କଳାକାର

1 min
581


ପରଖିଛି ମଣିଷ ମାନଙ୍କୁ

ଭିନ୍ନ ଭିନ୍ନ ଉପାୟରେ

ସ୍ଥାନ କାଳ ପାତ୍ର ବିଶେଷରେ

'ପୁରୁଷ' ଓ 'ନାରୀ'ର ସଂଜ୍ଞା କୁ

ମାନଙ୍କ ଓ ମାନଦଣ୍ଡ କରି।

କେତେବେଳେ ପୁରୁଷ ଭିତରେ

ପୌରୁଷ ର ନଅଙ୍କ ଦୁର୍ଭିକ୍ଷ

କେତେବେଳେ ଅଟଳ ଅଚଳ

ତୁଙ୍ଗ ହିମାଳୟ

କେବେପୁଣି ପୁରୁଷର ଖୋଳପା ଭିତରେ

ଦେଖିଛି ମୁଁ ଅବଳା ଦୁର୍ବଳା ନାରୀ

ଯାହାଙ୍କୁ ମୁଁ ସଂଜ୍ଞାବଦ୍ଧ କରି ପାରିନାହିଁ

ଲିଙ୍ଗ ଭେଦ ବିଚାର ର ସିଦ୍ଧାନ୍ତ କୁ ନେଇ

କୌଣସି ନିର୍ଦ୍ଦିଷ୍ଟ ବର୍ଗରେ।

ପୁରୁଷ ?,କାପୁରୁଷ? ,

କୁପୁରୁଷ ?ଅଣପୁରୁଷା ?

ନା,ଏସବୁ କିଛି'ବି ନୁହେଁ,

ତେବେ ତାଙ୍କ ପ୍ରଜାତି ??

ଭୀରୁ,-ଏକ ସ୍ୱତନ୍ତ୍ର ଜାତି।

ଠିକ ସେମିତି,

ନାରୀଙ୍କ ଭିତରେ ନାରୀ ସଂଖ୍ୟା

ପ୍ରାୟ ତିନି ଚତୁର୍ଥାଂଶ

ଯେଉଁମାନେ ଯଥାର୍ଥ ଅର୍ଥରେ

ଜନନୀ,ଭଗିନୀ,ଜାୟା,

ସ୍ନେହ,ପ୍ରେମ,ତ୍ୟାଗର ପ୍ରତୀକ,

ବୀରାଙ୍ଗନା ସେଇମାନେ,

ଆଉକିଛି ଜୀବନ୍ତ ମାୟା,

ଛନ୍ଦ-କପଟ,ଇର୍ଷା-ଦ୍ଵେଷ

ଇତ୍ୟାଦିର ପୁଷ କାଉଁଳିଆ ଛାଇ।

ଦୈହିକ ଭୋକ ବଜାରରେ

ରୀତିମତ ଦୋକାନ ଚଲେଇ

ଦାନ୍ତ ନିକୁଟୁ ଥିବା ବାରାଙ୍ଗନା କିଛି

ଭୀରୁଙ୍କୁ କୁହନ୍ତି ବୀର,

କାପୁରୁଷ କୁହନ୍ତି ବୀରଙ୍କୁ।

ସେ ଯାହାବି ହେଉନା କାହିଁକି,

ଆଜିର ଏ ବଜାର ଦୂନିଆରେ

ଦୁକାନଦାର ଓ ଗରାଖ ମାନେହିଁ

ସବୁଥିରେ ସର୍ବେସର୍ବା-ସର୍ବ ଶକ୍ତିମାନ

ସେଇମାନେ ତ ସୂଚକ ଓ ମାନକ

କଳା,ସାହିତ୍ୟ ,ସଂକୃତି ତଥା

ବାକି ଯେତେ ନଷ୍ଟ ପ୍ରଗତିର।।

=====©=====

କୃତଜ୍ଞ: ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-୭୫୬୧୩୧

ମୋ:୯୯୩୭୫୪୮୪୩୧

୯୪୩୮୬୭୦୧୨୦

-------------------

ପ୍ଲଟ୍ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର

ଭୂବନେଶ୍ୱର-୭୫୧୦୨୧

ଓଡିଶା

================


Rate this content
Log in