Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Others

3  

Mamatamanjari Das

Others

ବାଲିଘର

ବାଲିଘର

1 min
6.6K


ତୋ' ଭରସାର ସାଇତା ହସରେ

ତୋଳିଥିଲି ବାଲିଘର

ଏବେ ସେଇଘରେ ତୋ' ସ୍ମୃତି ଲୁହରେ

ମୁଁ ପାଲଟିଛି ରୂପକାର ।

ବାଲିରେ ଗଢିଛି ତୋ' ସ୍ମୃତି ସବୁକୁ

ଆଖି ଲୁହରେ ଭିଜାଇ

କିଏ ଜାଣେ କେବେ ଲହଡିଟା ଆସି

ତାକୁ ବି ନେବ ଭସାଇ ।

ମୋ ଦେହ ଛୁଇଁ ତୁ କଥା ଦେଇଥିଲୁ

କେବେ କରିବୁନି ପର

ଅଦିନିଆ ଢେଉ ଭସାଇ ନେଲା

ଭାଙ୍ଗିଗଲା ବାଲିଘର ।

ଅନେକ ଆଶାର ପଶରା କୁ ଖୋଲି ମୁଁ

ଖୋଜୁ ଅଛି ତତେ ଆଜି

ଯାଇଛୁ ତୁ' ହଜି ପରି ରାଇଜରେ

ପାଉନି ତତେ ମୁଁ ଖୋଜି ।

ମୋ ହୃଦୟର ସାଧାକାଗଜରେ

ତୋ' ପ୍ରଥମ ହସ୍ତାକ୍ଷର

ଜୀବନ ସାରା ମୁଁ ସାଇତି ରଖିବି

ସାଜି ନିଜେ ବାଲିଘର ।

##ମମତା ମଞ୍ଜରୀ ଦାସ,କଟକ## 


Rate this content
Log in