Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୬୭

ଜୀବନ ଗୀତା-୩୬୭

1 min
242


ଜୀବନର ଜୟଧ୍ୱନି

ଶୁଭୁଅଛି ଚାରିଦିଗେ

ଦେହରେ ମନରେ ଆଜି

ଅପୂର୍ବ ପୁଲକ ଜାଗେ ॥୦॥

ଶିଶିରର ରଙ୍ଗ ବୋଳି

ଉଡିଯାଏ ପକ୍ଷୀଦଳ

ଫୁଲର ଓଠରେ ହସେ

ପ୍ରାଣଭରି ଏ ସକାଳ

ସବୁଜ ପତରେ ପବନ ହିଲ୍ଲୋଳେ

ସୂରୁଜ କିରଣ ଝରେ

କେରିକେରି ସୁନାରଂଗେ ॥୧॥

ହୃଦୟର କୋଣେକୋଣେ

ଭରେ ପ୍ରେମ ଅସରନ୍ତି

ମୁହଁରେ ଉକୁଟି ଉଠେ

ବୈଦୁର୍ଯ୍ୟ ମଣିର ଦ୍ୟୁତି

ପ୍ରାଣର ସଂଚାର କରଇ ସକାଳ

ସବୁରି ଆତ୍ମାରେ ଭରେ

ପ୍ରଫୁଲ୍ଲତା ସଂଗେସଂଗେ ॥୨॥


Rate this content
Log in