କିଏ ଦିନେ ଆଙ୍କିଦେଲା
କିଏ ଦିନେ ଆଙ୍କିଦେଲା
କିଏ ଦିନେ ଆଙ୍କି ଦେଲା
ଆଭାକାନ୍ତ ମହାନ୍ତି
କିଏ ଦିନେ ଆଙ୍କି ଦେଲା ଇନ୍ଦ୍ରଧନୁ ସାତ ରଙ୍ଗ
ଏଇ ମୋର ଜୀବନର
ବେଳା ପରେ ବେଳା ପରେ
ଇଙ୍ଗିତରେ, ସେ ଦିନରେ
ମୁଁ ବିଭୋର... ହୋଇଥିଲି
ମୋତେ ନେଇ ସେଇ ମୋର
ପରିଧିରେ ପରିଧିରେ ପରିଧିରେ । ୦ ।
ଅଚାନକ ସପନରେ ଦିନେ ଆସି ମଉସୁମୀ
କହିଗଲା ଆଉ ତୁମ ଆକାଶରେ ଆସିବିନି
ଦୋଷ ମୋର ପଚାରିବି
ଦେଖିଲି ମୁଁ ମୁଖ ତୋଳି
ସିଏ ଫେରି ଯାଇଥିଲା
ଦୂରେ ଦୂରେ ବହୁଦୂରେ
କଳ୍ପନାର ଆରପାରେ ଆରପାରେ
ରହିଗଲି... ଥକି ପଡ଼ି
ହଜିଗଲି ସେ ଦୁଃଖର
ଦରିଆରେ ଦରିଆରେ ଦରିଆରେ । ୧ ।
ଫଗୁଣର ଫଗୁ ପଛୁ ମୋ ପିଠିରେ ହାତ ମାରି
ତା ସାଥିରେ ଖେଳିବାକୁ ଡାକିଲା ସେ ହାତ ଠାରି
କାହିଁ କେତେ ଚିନ୍ତା କଲି
ଫଗୁଣର ସାଥୀ ହେଲି
ଜୀବନ ପୁଣି ବିତିଗଲା
ନୂଆ ଏକ ହସ ଧାରେ
ସପନରେ ଗୋପନରେ ଗୋପନରେ
ଅଚାନକ... ଫଗୁ ଗଲା
ଭରିଦେଇ ହାହାକାର
ଜୀବନରେ ଜୀବନରେ ଜୀବନରେ । ୨ ।
ଦାନ ଦେଲି ଆଶା ଯେତେ ଅତୀତର ଆଞ୍ଚଳରେ
ବର୍ତ୍ତମାନ, ଭବିଷ୍ୟତ ଡୁବିଗଲା ଅନ୍ଧକାରେ
ବୈଶାଖର ଝଞ୍ଜା ବାଆ
ହୋଇଲାଣି ଦେହ ସୁହା
ଏକାକୀ ପଥିକ ମୁହିଁ
ଆଖି ହଜା ସାହାରାରେ
ଲକ୍ଷ୍ୟ ହାରେ ରାହା ଧାରେ ରାହା ଧାରେ
ଦିନେ ମୁହିଁ... ହଜିଯିବି
ବିଲୟରେ ଭୁଲିବାରେ
ଅଜଣାରେ ଅଜଣାରେ ଅଜଣାରେ । ୩ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧