Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

2  

pratap nayak

କୋଣଠେଶା

କୋଣଠେଶା

1 min
1.3K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅସନ୍ତୋଷର ନିରୁପାୟ ନିଆଁ

ଜଳେଇବାର ଶେଷ ଇଚ୍ଛା ପାଇଁ

ସଜେଇଛି ଅଭିସାରିକା ନିଜକୁ ମୋର....

ଚେଇଁ ଚେଇଁ ସପ୍ତମୀ ଚାନ୍ଦ

ନିମ ଗଛ ଫାଙ୍କରୁ ଡେଇଁବ କହୁଛି

ଏକାବେଳେକେ ଦରଭଙ୍ଗା କୂଅ ଭିତରକୁ

ବାସୁଳି ଯେଉଁଠି ଆପଣେଇ ନବ ପଙ୍କ ମିଶା ନିଶା.....

ସେଠି କିନ୍ତୁ !

ଭଙ୍ଗା ହାତ କାଚ ଠଣା କରିଥିଲା

କଥା ନକହି ସାଜିଥିଲା ପାଷାଣୀଅହଲ୍ୟା

କଳାକାରନାମାର ଦ୍ୱାହିଦେଇ

ସାଗରର ଉତ୍ତଙ୍ଗ ଲହଡି

ନିଜକୁ ସମର୍ପିଥିଲା ବାଲୁକା ଶଯ୍ୟାରେ...

ହାତୀର ପାହୁଲ ପରି ପାପୀମାନେ

କରିଚାଲିଥିଲେ ପାପ ଆଉ ପାପ

ଅଭିସାରିକା ଧୋଇବନି ପାପ ଯାକ

ତା ଅଖି ଲୁହରେ ତ କଣ କରିପାରିବ?

ଅହରହ ଦାନ୍ତ ନିକୁଟୁ ଥିବା ପବନ....

ଶାନ୍ତ ପଡିଲାଣି ଆଉ ସାଥ ଦେଲାଣି

ଭରିବାକୁ ପୂର୍ଣ୍ୟ ଯେତେ ଥାଳରେ ତାହାର......

ଅହରହ ପିଟି ଚାଲେ ମୁଣ୍ଡ

ଲଙ୍ଗଳା ପିଲା ପରି ଅଝଟିଆ ପଣେ.....

ହେଲେ ପାରିବକି .........

ନିଅଁଟିଆ କୋଣଠେଶା କରିଅଛି ଯିଏ...


Rate this content
Log in